ଦରଦାମ୍, ବେକାରି ସମସ୍ୟାକୁ ନେଇ ଆନ୍ଦୋଳନ: ଗର୍ଜିଲା କଂଗ୍ରେସ, ପୁଲିସ ସହ ଧସ୍ତାଧସ୍ତି

Advertisment

ଓଡ଼ିଶା କଂଗ୍ରେସର ରାଜଭବନ ଘେରାଉ

ଓଡ଼ିଶା କଂଗ୍ରେସର ରାଜଭବନ ଘେରାଉ

ଦରଦାମ୍, ବେକାରି ସମସ୍ୟାକୁ ନେଇ ଆନ୍ଦୋଳନ: ଗର୍ଜିଲା କଂଗ୍ରେସ, ପୁଲିସ ସହ ଧସ୍ତାଧସ୍ତି

ଭୁବନେଶ୍ବର : ଦରଦାମ ବୃଦ୍ଧି, ଉତ୍କଟ ବେକାରି ସମସ୍ୟା ଓ ଜନମାରଣ ଜିଏସ୍‌ଟି ବିରୋଧରେ ଶୁକ୍ରବାର ଦିନ ଦେଶବ୍ୟାପୀ ପ୍ରତିବାଦ କରିଛି କଂଗ୍ରେସ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ରାଜଭବନ ଘେରାଉ ଡାକରା ଦିଆଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ କଂଗ୍ରେସ କର୍ମୀ ରାଜଧାନୀରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କଂଗ୍ରେସ ଦଳ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ଲଢ଼େଇ କରିବାର ନିଷ୍ପତି ନେଇଛି। ତେଣୁ କୌଣସି ପରିସ୍ଥିତିରେ କଂଗ୍ରେସ ଡରିବ ନାହିଁ ବୋଲି ନେତୃବୃନ୍ଦ ଓ କର୍ମୀମାନେ କହିଥିଲେ।

ଶୁକ୍ରବାର ଦିନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏଡିଏମଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରା ରାଜଭବନ ଅଭିମୁଖେ ବାହାରିଥିଲା। କଂଗ୍ରେସ କର୍ମୀମାନେ କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ରାଜଭବନ ଆଡ଼କୁ ଯାଉଥିବା ବେଳେ ପୁଲିସ କଂଗ୍ରେସ କର୍ମୀମାନଙ୍କୁ ଅଟକାଇଥିଲା। ଯାହାକୁ ନେଇ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି ଆଗକୁ ବଢ଼ୁଥିବା ବେଳେ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୁଲିସ ଗିରଫ କରିଥିଲା।

publive-image

ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଆଜି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ଆକାଶଛୁଆଁ ହୋଇଯାଇଛି। ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲର ଦାମ ୨୦୧୪ ମସିହା ତୁଳନାରେ ପାଖାପାଖି ୪୫ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନସାଧାରଣଙ୍କୁ ‘ଆଛେ ଦିନ’ର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ୮ ବର୍ଷ ଶାସନ ପରେ ଆଜି ଦେଶରେ ପ୍ରତ୍ୟେକ ବର୍ଗ ଦରଦାମ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ମୋଦୀ ସରକାର ଦେଶର ଅର୍ଥନୀତିକୁ ସଂପୂର୍ଣ୍ଣଭାବେ ଦୁର୍ବଳ କରି ସାରିଲେଣି। ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ/ଯୁବତୀ ନିଯୁକ୍ତି ନ ପାଇ ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି। କେନ୍ଦ୍ରର ମୋଦୀ ସରକାର ଓ ଓଡ଼ିଶାର ନବୀନ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ, ଗତ ୮ବର୍ଷ ଧରି ପ୍ରତ୍ୟେକ ସାମଗ୍ରୀର ଦର ବଢ଼ି ବଢ଼ି ଚାଲିଛି। ୩୦-୧୦୦ ପ୍ରତିଶତ ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀର ଦର ବଢ଼ିଛି। ଗରିବ, ମଧ୍ୟବିତ୍ତ ବର୍ଗର ଲୋକମାନେ ଏଥିପାଇଁ ଯଥେଷ୍ଟ ପ୍ରଭାବିତ ହୋଇଛନ୍ତି। ମୋଦୀ ସରକାର ଦେଶବାସୀଙ୍କ କଥା ଚିନ୍ତା ନ କରି ବି‌ରୋଧୀଙ୍କୁ ବଦନାମ ଓ ତଳିତଳାନ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଏହା ଦେଶର ଗଣତନ୍ତ୍ର ପାଇଁ ଏକ ସୁସ୍ଥ ପରମ୍ପରା ନୁହେଁ। ଏ ପରମ୍ପରାକୁ ବନ୍ଦ କରିବା ସହ ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ହେବ। ଏସବୁକୁ ନେଇ ଆଜି ସାରା ଦେଶରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

publive-image

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଜୟଲକ୍ଷ୍ମୀ ସାହୁ, ପଞ୍ଚାନନ କାନୁନଗୋ, ଭୁଜବଳ ମାଝୀ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଯଜ୍ଞେଶ୍ବର ବାବୁ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥୀ, ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ, ଅମୀୟ ପଟ୍ଟନାୟକ, ଜିଆ ଉଲ ହକ୍, ସୁରେଶ ମହାପାତ୍ର, ରବୀନ୍ଦ୍ର ମଲ୍ଲିକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁଜିତ ପାଢ଼ୀ, ମନୋରଞ୍ଜନ ଦାଶ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜୟନ୍ତ ଭୋଇ, ଶମ୍ଭୁ ପାଣିଗ୍ରାହୀ, ଅଭିଷେକ ମହାନନ୍ଦ, ରଜନୀ ମହାନ୍ତି, ଗିରିଜା ଶଙ୍କର ଦାଶ, ଜ୍ଞାନରଞ୍ଜନ ପଟ୍ଟନାୟକ, ଦୀପକ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe