ଛତ୍ରପୁର ଏନ୍‌ଏସି ବିରୋଧରେ କଂଗ୍ରେସର ବିଷୋଦ୍‌ଗାର

Advertisment

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଚକାଚକ୍, ରାଜୀବଗାନ୍ଧୀଙ୍କୁ କାହିଁକି ଅସମ୍ମାନ ? ଜମିଛି ଆବର୍ଜନା, ଭାଙ୍ଗିଯାଇଛି ଫଳକ

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଚକାଚକ୍, ରାଜୀବଗାନ୍ଧୀଙ୍କୁ କାହିଁକି ଅସମ୍ମାନ ? ଜମିଛି ଆବର୍ଜନା, ଭାଙ୍ଗିଯାଇଛି ଫଳକ

ଛତ୍ରପୁର ଏନ୍‌ଏସି ବିରୋଧରେ କଂଗ୍ରେସର ବିଷୋଦ୍‌ଗାର

ଛତ୍ରପୁର : ସ୍ବତନ୍ତ୍ର ଉତ୍କଳ ପ୍ରଦେଶଠୁ ଆରମ୍ଭ କରି ସ୍ବାଧୀନତା ସ˚ଗ୍ରାମ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ମହାପୁରୁଷମାନଙ୍କ ସ୍ମୃତିରେ ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ହେଲେ ଦୁଃଖର କଥା ହେଉଛି, ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଜାଣିଶୁଣି ଅସମ୍ମାନ କରାଯାଉଥିବା କଂଗ୍ରେସ ଅଭିଯୋଗ ଆଣିଛି।

ବହୁ ବାଦବିବାଦ ପରେ ଛତ୍ରପୁର ଏନ୍‌ଏସି ପକ୍ଷରୁ ସ୍ଥାନୀୟ ଅପରବସଷ୍ଟାଣ୍ତ୍‌ରେ ରାଜୀବଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା। ହେଲେ ଏହାର ସଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉନି। ପ୍ରତିମୂର୍ତ୍ତି ଥିବା ସ୍ଥାନରେ ଆବର୍ଜନା କୁଢ଼ ପଡ଼ି ରହିଥିବା ବେଳେ ନାମଫଳକଟି ବି ଭାଙ୍ଗିଯାଇଛି। ମୂର୍ତ୍ତଟି ଧୂଳିଧୂସରରେ ଭର୍ତ୍ତି ‌ହୋଇ ରହିଛି। ହେଲେ ଏହାର ମରାମତି, ରକ୍ଷଣାବେକ୍ଷଣ ଓ ସଫେଇ ଦିଗରେ ପଦକ୍ଷେପ ନିଆଯାଉନି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଅସମ୍ମାନ ଦୁଃଖର ବିଷୟ ବୋଲି ବରିଷ୍ଠ କଂଗ୍ରେସ ନେତା ଭାଗୀରଥି ବେହେରା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ସ୍ଥାନୀୟ ଲୋଏର୍ ବସ୍‌ଷ୍ଟାଣ୍ଡ୍‌ରେ ଦୀର୍ଘବର୍ଷ ଧରି ମା’ ତାରିଣୀ ମନ୍ଦିରକୁ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଏକ ବିଶାଳ ପ୍ରତିମୂ ର୍ତ୍ତି ସ୍ଥାପନ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଏନ୍ଏସି ପକ୍ଷରୁ ଧ୍ୟାନ ଦିଆଯାଉଛି। ଅର୍ଥ ଖର୍ଚ୍ଚ ମଧ୍ୟ ହେଉଛି। କିନ୍ତୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅଣଦେଖା କରାଯାଉଛି। ଏନ୍‌ଏସି ପ୍ରଶାସନର ଏଭଳି ଏକପାଖିଆ ଆଭିମୁଖ୍ୟ ଠିକ୍ ନୁହେଁ। ବିଜୁବାବୁ ହୁଅନ୍ତୁ କି, ରାଜୀବଗାନ୍ଧୀ ଦେଶ ଏବଂ ରାଜ୍ୟ ପାଇଁ ସେମାନଙ୍କ କିଛି ନା’ କିଛି ଅବଦାନ ରହିଛି। କିନ୍ତୁ ଜଣେ ମହାପୁରୁଷଙ୍କୁ ସମ୍ମାନ ଦେଇ ଅନ୍ୟଜଣଙ୍କୁ ଅସମ୍ମାନ କରିବା ଠିକ୍ ନୁହେଁ। ଏଦିଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି କଂଗ୍ରେସ ନେତା ଶ୍ରୀ ବେହେରା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe