କୃଷକ ଓ କୃଷି ଶ୍ରମିକ ଆଇନ ବିରୋଧରେ କଂଗ୍ରେସର ଧାରଣା

କୃଷକ ଓ କୃଷି ଶ୍ରମିକ ଆଇନ ବିରୋଧରେ କଂଗ୍ରେସର ଧାରଣା

ଭବାନୀପାଟଣା : କେନ୍ଦ୍ର ସରକାରଙ୍କ କୃଷକ ଓ କୃଷି ଶ୍ରମିକ ଆଇନ ବିରୋଧରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ କୃଷକ ଅଧିକାର ଦିବସ ଭାବରେ ଗଣଧାରଣା ଦିଆଯାଇଥିଲା । ସଭା ପ୍ରାରମ୍ଭରେ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା ।

publive-image

କୃଷକ ମାନଙ୍କ ଅଧିକାର ଦିବସ ଗଣଧାରଣାରେ ଭବାନୀପାଟଣା ସଦର ବିଧାୟକ ପ୍ରାର୍ଥୀ ଶାଗର ଚରଣ ଦାସ, କଂଗ୍ରେସର ଜିଲ୍ଲା ଉପସଭାପତି ଉଛବ ସାହୁ, କୋଷାଧ୍ୟକ୍ଷ ବ୍ରଜ ସାହୁ, ନଗର ସଭାପତି ନିମାଞ୍ଚଳ ନାଏକ, ଜିଲ୍ଲାପରିଷଦ ସଭ୍ୟ ମୁରଲୀଧର ନାଏକ, ପୂର୍ବ ଯୁବ କଂଗ୍ରେସ ସଭାପତି ତ୍ରିଲୋଚନ ପାଣିଗ୍ରାହୀ, ଛାତ୍ର କଂଗ୍ରେସର ମହମ୍ମଦ ସାହେବ, ମହିଳା କଂଗ୍ରେସର ଦ୍ରୋପଦି ମାଝୀ, ମାଣିକ୍ୟ ସୁନା, ସିଦ୍ଧାର୍ଥ ନାଏକ, ଦେବୀପ୍ରସାଦ ସିନ୍ଦୁର, ପରମାନନ୍ଦ ମାଝୀ ସମେତ ବହୁ କଂଗ୍ରେସ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe