କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗ : ଆଜି ରାଜଧାନରେ କଂଗ୍ରେସର ଆନ୍ଦୋଳନ

Advertisment
ମଧ୍ୟପ୍ରଦେଶ ଉପ ନିର୍ବାଚନରେ କଂଗ୍ରେସର ବାଜିମାତ୍‌

ଭୁବନେଶ୍ୱର : କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ପୁଣି ଆନ୍ଦୋଳନ ଆରମ୍ଭ କରିବ। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଦାବିରେ ଆସନ୍ତାକାଲି ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ। ଏହା ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ତଥା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି।

ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସଗରିଆ କହିଲେ, ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ବି ପରିବାରକୁ ନ୍ୟାୟ ବଦଳରେ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ମୁଖ୍ୟମନ୍ତ୍ରୀ ଆଇନ୍‌କୁ ତା’ ବାଟରେ ଯିବାକୁ କହି ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୁଲିସ୍‌ ବିଭାଗ ପୀଡ଼ିତାଙ୍କ ନାଁରେ ମିଥ୍ୟା ଆରୋପ କରି ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଛି। ସରକାର ଏସ୍‌ଆଇଟି ନାଁରେ ତଦନ୍ତକୁ ବିଳମ୍ବିତ କରି ଚାଲିଛନ୍ତି। ଫେବ୍ରୁଆରି ୭ ତାରିଖରେ କୋର୍ଟ ତତ୍ତ୍ୱାବଧାନରେ ଏସ୍‌ଆଇଟି ଘୋଷଣା କରି ଏଥି ପାଇଁ ଆଜି ପର୍ଯ୍ୟନ୍ତ ହାଇକୋର୍ଟଙ୍କ ପାଖକୁ ଅନୁରୋଧ ପତ୍ର ନ ପଠାଇବା ସରକାରଙ୍କ ଅସଲ ଉଦ୍ଦେଶ୍ୟକୁ ପଦାରେ ପକାଇ ଦେଉଛି। ତୁରନ୍ତ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସୁପାରିସ୍‌ କରିବାକୁ ଶ୍ରୀ ସଗରିଆ ଦାବି କରିଛନ୍ତି। ନଚେତ ଜନତା ଦରବାରରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସଂଘର୍ଷ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe