ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ି କରିବା ପ୍ରସଙ୍ଗ: ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ଧାରଣା

Advertisment
ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ି କରିବା ପ୍ରସଙ୍ଗ: ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ଧାରଣା

financialexpress.com

ଭୁବନେଶ୍ବର : ଗତବର୍ଷ ଜୁନ୍‌ରୁ ଡିସେମ୍ବର ପର୍ଯ୍ୟନ୍ତ ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଆସନ୍ତାକାଲି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସ ପକ୍ଷରୁ ଘଣ୍ଟିକିଆ ଧାରଣା ଦିଆଯିବ। ଏଥିରେ ରାଜ୍ୟ ମହିଳା, ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ସାମିଲ ହେବେ। ଆଜି ଏ ସମ୍ପର୍କରେ ଏକ ପ୍ରେସ୍‌ ବିବୃତି ଜାରି କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।ସେ କହିଛନ୍ତି, ସାରା ରାଜ୍ୟ ସ୍ବଳ୍ପ ଆୟକାରୀ ବ୍ୟବାସାୟୀମାନଙ୍କ ଉପରୁ ଲାଇସେନ୍‌ସ୍‌ ଫି ସରକାର ଛାଡ଼ କରିନାହାନ୍ତି। ସେହିପରି ପେଟ୍ରୋଲ ଓ ଡିଜେଲ ଉପରେ ମାତ୍ରାଧିକ ଭାଟ ଯୋଗୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଘଟୁଛି। ଏଥିରେ ସାଧାରଣ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି। କଂଗ୍ରେସ ଦଳ ଏହାକୁ ଘୋର ବିରୋଧ କରୁଛି। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ବିକ୍ଷୋଭରେ ରାଜ୍ୟ ମହିଳା, ଯୁବ ଓ ଛାତ୍ର କଂଗ୍ରେସର ସଭାପତି, ଜିଲ୍ଲା ସଭାପତିମାନେ ସୋମବାର ପ୍ରତି ଜିଲ୍ଲା ସ୍ତରରେ ମିଳିତ ଭାବେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଘଣ୍ଟିକିଆ ଧାରଣା ଦେବା ସହ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କୋଭିଡ ନିୟମ ଅନୁପାଳନ ପୂର୍ବକ କରିବାକୁ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଛାମୁଆ ସଂଗଠନ ମୁଖ୍ୟମାନଙ୍କୁ ଏହି ବିକ୍ଷୋଭରେ ସହଯୋଗ କରିବାକୁ ଜିଲ୍ଲା କଂଗ୍ରେସ ସଭାପତି ବନ୍ଧୁମାନଙ୍କୁ ପିସିସି ସଭାପତି ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe