ପରିବହନ ମନ୍ତ୍ରୀଙ୍କୁ ରାଜନଗରରେ କଂଗ୍ରେସର ବିରୋଧ

Advertisment

ଗାଡିକୁ ଟମାଟୋ ମାଡ଼, କଳାପତାକା ପ୍ରଦର୍ଶନ, ଶତାଧିକ କଂଗ୍ରେସ କର୍ମୀ ଗିରଫ

ଗାଡିକୁ ଟମାଟୋ ମାଡ଼, କଳାପତାକା ପ୍ରଦର୍ଶନ, ଶତାଧିକ କଂଗ୍ରେସ କର୍ମୀ ଗିରଫ

ପରିବହନ ମନ୍ତ୍ରୀଙ୍କୁ ରାଜନଗରରେ କଂଗ୍ରେସର ବିରୋଧ

ରାଜନଗର, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସ˚ିହ ଚରଣ ସାହୁଙ୍କୁ ରାଜନଗରରେ କଡ଼ା ବିେରାଧର ସମ୍ମୁଖୀନ େହବାକୁ ପଡିଛି। କ˚ଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କୁ ଜୋର୍‌ଦାର୍‌ ବିରୋଧ କରିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ରାଜନଗର ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ବେଳେ କ˚ଗ୍ରେସକର୍ମୀ ମନ୍ତ୍ରୀଙ୍କ ଗାଡି ଉପରକୁ ଟମାଟୋ ମାଡ଼ କରିବା ସହିତ କଳାପତାକା େଦଖାଇଥିେଲ। ଟମାେଟା ମନ୍ତ୍ରୀଙ୍କ ଗାଡିରେ ବାଜିଥିଲା। ପୁଲିସ ଉପସ୍ଥିତିରେ ହିଁ ବିେକ୍ଷାଭକାରୀ ଏମିତି କାଣ୍ଡ ଘଟାଇଥିଲେ। ଆଜି ମନ୍ତ୍ରୀ ଶ୍ରୀ ସାହୁ ରାଜନଗର ବ୍ଲକରେ ରାଜ୍ୟ ସରକାରଙ୍କ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ୨୦୧୮ରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିେଲ। ବ୍ଲକ କାର୍ଯ୍ୟାଳୟକୁ ଯିବା ବାଟରେ ଥିବା କ˚ଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମେ ପୁଲିସ ଛାଉଣି ସତ୍ବେ କ˚ଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ମନ୍ତ୍ରୀଙ୍କ ଗାଡି ଉପରକୁ ଟମାଟୋ ଫୋପାଡିଥିଲେ। ଦୁଇଟି ଟମାଟୋ ମନ୍ତ୍ରୀଙ୍କ ଗାଡିର ବାମପଟ କାଚରେ ବାଜିଥିଲା। ଏଥିସହ ମନ୍ତ୍ରୀଙ୍କ ଗାଡି ଉପରକୁ ଓ ଶୋଭାଯାତ୍ରା ଉପରକୁ କଳାପତାକା ଫୋପାଡିଥିଲେ। ପୁଲିସ କିଛି କ˚ଗ୍ରେସ କର୍ମୀଙ୍କୁ କାବୁ କରିନେଇଛି। ଅନ୍ୟପକ୍ଷରେ କଳାପତାକା ଓ ଟମାଟୋ ଫୋପାଡିବା ସମୟରେ କ˚ଗ୍ରେସ ଓ ବିଜେଡି କର୍ମୀ ମୁହାଁମୁହିଁ େହାଇଥିେଲ।

ମନ୍ତ୍ରୀ ଆସିବାର ଘଣ୍ଟାଏ ପୂର୍ବରୁ ସ୍ଥାନୀୟ ତ୍ରିନାଥ ବଜାରସ୍ଥିତ ବ୍ଲକ କ˚ଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କ˚ଗ୍ରେସ କର୍ମୀମାନେ ଦଳୀୟ ଭିତିରେ ରାସନକାର୍ଡ ବ˚ଟନ ବନ୍ଦ କର, ବ୍ଲକ ପ୍ରଶାସନର ପାତରଅନ୍ତର ନୀତି ଚଳିବ ନାହିଁ, ମନ୍ତ୍ରୀ ଗୋ’ ବ୍ୟାକ୍‌ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ଅଧା କ˚ଗ୍ରେସ କର୍ମୀ କ˚ଗ୍ରେସ ପତାକା ଧରିଥିବା ବେଳେ ଅଧେ କ˚ଗ୍ରେସ କର୍ମୀ କଳାପତାକା ଧରି ରାସ୍ତା ଉପରେ ହୋହାଲ୍ଲା କରିଥିଲେ। ଶତାଧିକ କ˚ଗ୍ରେସ କର୍ମୀ ଏକଜୁଟ ହୋଇ ହୋହାଲ୍ଲା ଓ କଳାପତାକା ଦେଖାଇବାରୁ ପୁଲିସ କ˚ଗ୍ରେସ କର୍ମୀମାନଙ୍କୁ ଗିରଫ କରି ଥାନାକୁ ନେଇଥିଲା।ପୁଲିସର ଆଗୁଆ ଗିରଫ ସତ୍ବେ କ˚ଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଗାଡି ଉପରକୁ ଟମାଟୋ ଓ କଳାପତାକା ଫିଙ୍ଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe