ସାର ଅଭାବ ଓ ଚାଷୀ ସମସ୍ୟା ନେଇ କଂଗ୍ରେସର ବିକ୍ଷୋଭ

Advertisment
ସାର ଅଭାବ ଓ ଚାଷୀ ସମସ୍ୟା ନେଇ କଂଗ୍ରେସର ବିକ୍ଷୋଭ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ ସାରର ଅଭାବ ଏବଂ ଚାଷୀ ସମସ୍ୟା ସମାଧାନ ଦାବିରେ ଜିଲ୍ଲା କଂଗ୍ରେସ କମିଟି ଏବଂ ଜିଲ୍ଲା କିଷାନ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଦଳ ଅଭିଯୋଗ କରିଛି ଯେ ବର୍ତ୍ତମାନ ବଜାରରେ ସାର ଦର ସରକାରଙ୍କ ଧାର୍ଯ୍ୟ ଦରଠାରୁ ଅତି କମ୍‌ରେ ୫ଶହ ଟଙ୍କା ଅଧିକ ଦରରେ ବିକ୍ରି ହେଉଛି। ଖରିଫ ଧାନ ବିକ୍ରି କରିବା ପାଇଁ ସରକାର ଅଗଷ୍ଟ ୧୫ ସୁଦ୍ଧା ନାମ ପଞ୍ଜୀକରଣ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏପରିସ୍ଥଳେ ଚାଷ କାର୍ଯ୍ୟରେ ଲିପ୍ତ ଥିବା ସମୟରେ ସମସ୍ତ କାଗଜପତ୍ର ଦାଖଲ କରି ସମୟ ନଷ୍ଟ କରି ଚାଷୀ ହଇରାଣ ହେଉଛନ୍ତି। ତେଣୁ ଚାଷୀ ପଞ୍ଜୀକରଣ ସମୟ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ଏହି ବିକ୍ଷୋଭରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ନରେନ୍ଦ୍ର ପଣ୍ଡା, ପୂର୍ବ ବିଧାୟକ ବିନୋଦ ପାତ୍ର, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ସଂଗଠନ ସଂପାଦକ ସୁଧୀର ପଣ୍ଡା, ବରୁଣ ସୁନା, ମାଧବ କୁମ୍ଭାର, ରାଜେନ୍ଦ୍ର ପ୍ରସାଦ ମହେର, ରାଜେଶ ମିଶ୍ର, ପ୍ରଦୀପ ସେଠୀ, କୃଷ୍ଣଚନ୍ଦ୍ର ବାଘ, ଇନ୍ଦ୍ରଜିତ ବାଘ, ସ୍ବପ୍ନେଶ୍ବର ପୃଷ୍ଟି, ସୂର୍ଯ୍ୟକାନ୍ତି ବାଘ, ସତ୍ୟଭାମା ମେହେର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe