କଂଗ୍ରେସର ପ୍ରଶ୍ନ: ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ରହସ୍ୟ କ’ଣ ?

Advertisment
କଂଗ୍ରେସର ପ୍ରଶ୍ନ: ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ରହସ୍ୟ କ’ଣ ?

ଭୁବନେଶ୍ବର : କିଛି ଦିନର ଅଜ୍ଞାତବାସ ପରେ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଦିନ ପଦାକୁ ଆସିଛନ୍ତି। ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହିତ ଗଣମାଧ୍ୟମ ସମ୍ମୁଖରେ ନିଜେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ଅଧିକ ରହସ୍ୟମୟ ଲାଗୁଛି ବୋଲି କହିଛନ୍ତି କଂଗ୍ରେସର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ।

ଶ୍ରୀ ଦାସ କହିଛନ୍ତି ଯେ ବାସ୍ତବରେ ଏ ଗୁଜବ କିଏ ଏବଂ କାହିଁକି କରୁଛି ତାହା ତଦନ୍ତ କରାଯିବା ଉଚିତ୍। ଏହା ପୂର୍ବରୁ ଜାନୁଆରି ୨୬ ତାରିଖରେ ଏହିଭଳି ଏକ ଗୁଜବକୁ ଖଣ୍ଡନ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ରାଜଧାନୀର ରାଜରାସ୍ତାରେ ଚାଲିଥିଳେ। ମାତ୍ର ସେତେବେଳେ ନିର୍ବାଚନ ନ ଥିଲା। ଏବେ ନିର୍ବାଚନ ଚାଲୁଥିବା ବେଳେ ପୁଣିଥରେ ସେହିଭଳି ଏକ ଗୁଜବର ଅନ୍ତ ଘଟାଇ ଲିଙ୍ଗରାଜ ମନ୍ଦିରକୁ ଯାଇଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଲେ। ମାତ୍ର ଏହି ଗୁଜବ ପଛରେ କାହାର ହାତ ଅଛି ତାହା ରହସ୍ୟ ହୋଇ ରହିଯାଇଛି। ଆଜି ଲିଙ୍ଗରାଜ ମନ୍ଦିରକୁ ଗଲାବେଳେ ଗାଡ଼ିରୁ ଓହ୍ଲାଇବା ଚାଲିବା, ପାହାଚରେ ତଳକୁ ଯିବା ଓ ଉଠିବା ଇତ୍ୟାଦିକୁ ଅବଲୋକନ କଲେ ସ୍ତବରେ ସେ ସଂପୂର୍ଣ୍ଣ ସୁସ୍ଥ ନାହାନ୍ତି ବୋଲି ଜଣାପଡ଼ୁଛି। ତାଙ୍କର ଏଭଳି ଅସୁସ୍ଥତା ସମୟରେ ସେ ଭଲ ଅଛନ୍ତି ଓ ତାଙ୍କୁ ଚଲାଇ ଚଲାଇ ନେବା ଦୁଃଖଦାୟକ। ମୁଖ୍ୟନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସମସ୍ତଙ୍କର ପ୍ରାଥମିକତା। ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe