ବିଧାନସଭାରେ ଚିତ୍ରକୋଣ୍ଡା ଏସଡ଼ିପିଓଙ୍କ ମାଡମରା ପ୍ରସଙ୍ଗ ଉଠାଇଲା କଂଗ୍ରେସ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସାଲୁଜାଙ୍କ ଦାବି

Advertisment
ଉତ୍ତରଦାୟିତ୍ବ ଭୁଲୁଛନ୍ତି ମନ୍ତ୍ରୀ, ଭୁତାଉଛନ୍ତି ଅଫିସର

Representational Picture

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଆଜି କଂଗ୍ରେସ ବିଧାୟକମାନେ ଚିତ୍ରକୋଣ୍ଡା ଏସଡ଼ିପିଓ ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ ଉଠାଇଛନ୍ତି | କଂଗ୍ରେସ ସଦସ୍ୟଙ୍କ ଅଭିଯୋଗ ମୁତାବକ ମାଲକାନଗିରିର ଆରଏସସି-୧୩ ଗ୍ରାମରେ ଗତ ଜୁନ ୭ ତାରିଖ ଦିନ ରାତି ଅଧରେ ପୁଲିସ ଗାଁରେ ପଶି ମହିଳାମାନଙ୍କୁ ମାଡ ମାରିଥିଲା | କୌଣସି ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା, ବୃଦ୍ଧା,୧୪ ବର୍ଷର ନାବାଳିକାଙ୍କୁ ପୁଲିସ ମାଡ ମାରିଥିଲା | କଂଗ୍ରେସ ସଦସ୍ୟମାନେ ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି। କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନପତି କହିଛନ୍ତି ମଦ ପିଇ ଆତଙ୍କରାଜ କରିଛନ୍ତି ।

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇ ନାହାନ୍ତି। ଡ଼ାକ୍ତରଙ୍କୁ ଚାପ୍ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି। ମା' କୁ ସମ୍ମାନ କହୁଥିବା ସରକାରଙ୍କ ଏ କି ସମ୍ମାନ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି | ଦୁଇ ଜଣ ସାମ୍ବାଦିକଙ୍କ ସହ କଂଗ୍ରେସର ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରାଯାଇଛି। ତୁରନ୍ତ ଏସଡ଼ିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ତାରା ପ୍ରସାଦ ବାହିନୀ ପତି ଦାବି କରିଥିବାବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା। ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଏହା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ସେହିପରି ବିଜେପି ସଦସ୍ୟ ମଧ୍ୟ ଫଟୋ ଦେଖାଇ ଉଦବେଗ ପ୍ରକାଶ କରିଛନ୍ତି | ପୋଡିଅମ ନିକଟକୁ ଯାଇ ବିଜେପି ସଦସ୍ୟ ମୋହନ ମାଝି ପ୍ରତିବାଦ କରିଥିବାବେଳେ ଆଜି ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି | ତେବେ ଏହି ଘଟଣାକୁ ନେଇ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ ଯିଏ ଦୋଷୀ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe