ଜିଲ୍ଲା ଗଠନ କଥା ଉଠାଇଲା କଂଗ୍ରେସ

Advertisment
ଜିଲ୍ଲା ଗଠନ କଥା ଉଠାଇଲା କଂଗ୍ରେସ

ପାଇକମାଳ:  ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନେଇ ପ୍ରଶ୍ନ ଉଠାଇଛି।  ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା  ମୁଖ୍ୟମନ୍ତ୍ରୀଙ୍କୁ ୨୦୨୩ରେ ପଦ୍ମପୁରର ବିକାଶ ତାଲିକା ଧରି ଆସନ୍ତୁ ତା’ ପରେ ୨୦୨୪ ସାଧାରଣ ନିର୍ବାଚନରେ ପଦ୍ମପୁରବାସୀ ବିଜେଡିକୁ ଭୋଟ ଦେବା କଥା ବିଚାର କରିବେ ବୋଲି କହିଥିଲେ। ପିସିସି ସଭାପତି  ଶରତ ପଟ୍ଟନାୟକ  ରାଜ୍ୟ ସରକାର ପଦ୍ମପୁର ନିର୍ବାଚନମଣ୍ଡଳୀ ପ୍ରତି କ୍ରମାଗତ ଅ‌ବହେଳା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ।

ବିଧାନସଭରେ ରାଜସ୍ବ ମନ୍ତ୍ରୀ  ପ୍ରମିଳା ମଲ୍ଲିକ ରାଜ୍ୟରେ ନୂଆ ଜିଲ୍ଲା ଗଠନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି କହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ପଦ୍ମପୁରଠାରେ ସାଧାରଣ ସଭାରେ  ଜିଲ୍ଲା ଗଠନ ପାଇଁ ଘୋଷଣା କରିବା କେତେ ଗ୍ରହଣୀୟ ବୋଲି ଶ୍ରୀ ପଟ୍ଟନାୟକ ପାଲଟା ପ୍ରଶ୍ନ ରଖିଥିଲେ। ଏହାବାଦ୍ ଅଂଗ ନଦୀରେ ଜଳ ସେଚନ ପ୍ରକଳ୍ପ, ଇନ୍‌ପୁଟ୍‌ ସବ୍‌ସିଡି କାହିଁକି ନିର୍ବାଚନ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଲେନି ବୋଲି ‌ସେ ପ୍ରଶ୍ନ କରିଥିଲେ। ଗନ୍ଧମାର୍ଦ୍ଦନ ପାହାଡ଼କୁ ପରିବେଶ ସମ୍ବେଦନଶୀଳ ଜୋନ୍‌ ଭାବେ ସୁପାରିଶ ଥାଇ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁନଥିବା ସେ ଅଭିଯୋଗ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ରାଜ୍ୟ ମହିକା କଂଗ୍ରେସ ସଭାପତି ବନ୍ଦିତା ପରିଡ଼ା, ବରିଷ୍ଠ  ନେତା ଯ‌ୋ‌‌ଜ୍ଞଶ୍ବର ବାବୁ, ଜିଲ୍ଲା ସଭାପତି ନିହାର ମହାନନ୍ଦ, ଭୁଜବଳ ମାଝୀ,  ବାଙ୍କନିଧି ବେହେରା, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା ଓ ପୂର୍ବତନ ବିଧାୟକ ବିନୋଦ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe