କଟକରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା : ରାଜ୍ୟ ମାନବାଧିକାର କମିସନଙ୍କୁ ଫେରାଦ କଲା କଂଗ୍ରେସ

Advertisment
ଆଜି ସରିବ ଓଏଚ୍‌ଆର୍‌ସି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ

ଭୁବନେଶ୍ବର : ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାକୁ କଟକ ଚାଉଳିଆଗଞ୍ଜର ଗତିରାଉତପାଟଣାରେ ଥିବା ଏକ ପରିତ୍ୟକ୍ତ ଘରେ ୨୨ ଦିନ ଧରି ଗଣଦୁଷ୍କର୍ମ କରିବା ଘଟଣାରେ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟ ମାନବାଧିକାର କମିସନଙ୍କ ପାଖରେ ଅଭିଯୋଗ ଦାଖଲ କରାଯାଇଛି। ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁଙ୍କ ନେତୃତ୍ବରେ ଦଳର ୫ ଜଣିଆ ପ୍ରତିନିଧି ମଣ୍ଡଳୀ କମିସନଙ୍କ ରେଜିଷ୍ଟାରଙ୍କୁ ଭେଟି ଏକ ପିଟିସନ୍‌ ପ୍ରଦାନ କରିଛି।

ଏହି ଘଟଣାରେ ରାଜ୍ୟ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ଜବାବ ମାଗିବା ସହିତ ପୀଡ଼ିତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରାଯାଇଛି। ଏହାବ୍ୟତୀତ ସାମାଜିକ ସୁରକ୍ଷା ଯୋଜନାରେ ପରିବାରକୁ ସାମିଲ କରାଯିବା ସହ ପୀଡ଼ିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା'ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ଯୋଗାଇଦେବାକୁ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଦଳୀୟ ନେତା ନିଶିକାନ୍ତ ମିଶ୍ର, ରଶ୍ମି ମହାପାତ୍ର, ଜିନେଶ ଦାସ ଓ ବିନ୍ଦୁଜା ଉପାଧ୍ୟାୟ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe