କଂଗ୍ରେସର ହଟ୍ଟଗୋଳ, ପ୍ରଶ୍ନକାଳ ବାତିଲ

Advertisment
କଂଗ୍ରେସର ହଟ୍ଟଗୋଳ, ପ୍ରଶ୍ନକାଳ ବାତିଲ

ଭୁବନେଶ୍ବର : କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁ ଶନିବାର ଦିନ ବିଧାନସଭାର ପ୍ରଶ୍ନକାଳ ହୋଇପାରି ନ ଥିଲା। ପୂର୍ବାହ୍ନ ୧୦ଟା ୩୦ରେ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ଅରବିନ୍ଦ ଢାଲିଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ବାଚସ୍ପତି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଡାକିଥିଲେ। ଏହି ସମୟରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଠିଆ ହୋଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ନିର୍ବାଚନରେ ଅନିୟମିତତା ସମ୍ପର୍କରେ ଆଲୋଚନା ପାଇଁ କହିଥିଲେ।

ଶୂନ୍ୟକାଳରେ କହିବାକୁ ସୁଯୋଗ ମିଳିବ ବୋଲି ବାଚସ୍ପତି କହିଥିଲେ। କିନ୍ତୁ ଶ୍ରୀ ବାହିନୀପତିଙ୍କ ସମେତ କଂଗ୍ରେସ ସଭ୍ୟମାନେ ଗୃ୍ହ ମଧ୍ୟ ଭାଗକୁ ଆସି ହୋହଲ୍ଲା କରିଥିଲେ। ବି‌‌ଶେଷ କରି ପଞ୍ଚାୟତ ନିର୍ବାଚନର ଅନିୟମିତା ସମ୍ପର୍କରେ ଅଭିଯୋଗ କରି ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡିୟମ୍ ବାଡ଼େଇଥିଲେ। ଫଳରେ ଆଉ ଗୃହ ଚଳାଇବା ସମ୍ଭବ ହୋଇ ନ ଥିଲା। ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe