ଦଳିତ ଓ ଆଦିବାସୀଙ୍କ ପାଇଁ ରାଜ୍ୟପାଳଙ୍କୁ କ˚ଗ୍ରେସର ସ୍ମାରକପତ୍ର

Advertisment
ଦଳିତ ଓ ଆଦିବାସୀଙ୍କ ପାଇଁ ରାଜ୍ୟପାଳଙ୍କୁ କ˚ଗ୍ରେସର ସ୍ମାରକପତ୍ର

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦଳିତ ବିରୋଧୀ ମନୋଭାବ ଓ ସମସ୍ୟା ନେଇ ଆଜି ପ୍ରଦେଶ କ˚ଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ୧୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା ପୂର୍ବତନ ସା˚ସଦ ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଥିଲେ। ସ୍ମାରକପତ୍ରରେ ରାଜ୍ୟରେ ୩୦ ଲକ୍ଷରୁ ଅଧିକ ଦଳିତ ଓ ଆଦିବାସୀ ପରିବାରକୁ ଜମିପଟ୍ଟା ମିଳିନଥିବାରୁ ସେମାନେ ସରକାରୀ ଯୋଜନା, ଛାତ୍ରବୃତ୍ତି ପାଇବାରୁ ବ˚ଚିତ ହେଉଛନ୍ତି। କେନ୍ଦ୍ର ସରକାର ଛାତ୍ରବୃତ୍ତିକୁ ହ୍ରାସ କରିଥିବାରୁ ଏହାକୁ ସମାଲୋଚନା କରାଯାଇଛି। ରାଜ୍ୟରେ ପ୍ରତି ଦଳିତ ଓ ଆଦିବାସୀ ଗ୍ରାମକୁ ସଡକ, ବିଜୁଳି ଓ ପିଇବାପାଣି, ପାଇଖାନା ପ୍ରଭୃତି ଯୋଗାଇଦେବା, ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା, ସରକାରୀ ସ୍ତରରେ ଖାଲି ପଡିଥିବା ଦଳିତ ଓ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପଦବିରେ ନିଯୁକ୍ତି, ଦଳିତ ଓ ଆଦିବାସୀ ନିର୍ଯାତନା ନିବାରଣ ଆଇନ୍‌କୁ କଡାକଡି ଭାବରେ କାର୍ଯ୍ୟକାରୀ, ଅନୁସୂଚିତ ଜାତି କମିସନ ସ୍ଥାପନ, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ, ଚିଲିକା ବିଲ୍‌କୁ ବିଧାନସଭାରେ ଉପସ୍ଥାପନ ପ୍ରଭୃତି ୧୫ ଦଫା ଦାବି ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ମହାମହିମ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ସହିତ ତାଙ୍କୁ ପ୍ରଦାନ କରାଯାଇଥିଲା। ଏହି ପ୍ରତିନିଧି ଦଳରେ ପିସିସି ଅନୁସୂଚିତ ଜାତି ବିଭାଗର ସହ ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ସମେତ ଅନ୍ୟ କର୍ମକର୍ତାମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe