୨୭ରେ ‘ଭାରତ ବନ୍ଦ’କୁ କଂଗ୍ରେସର ସମର୍ଥନ

Advertisment

ବନ୍ଦ ସଫଳ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ, ସମର୍ଥନ ଜଣାଇଲା ସମାଜବାଦୀ ପାର୍ଟି

ବନ୍ଦ ସଫଳ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ, ସମର୍ଥନ ଜଣାଇଲା ସମାଜବାଦୀ ପାର୍ଟି

ରୁଚିକା ମୃତ୍ୟୁ ମାମଲା: ଆଜି ଓଡ଼ିଶା ବନ୍ଦ, କଂଗ୍ରେସର ସମର୍ଥନ

Zee Business

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ୩ଟି କଳା କୃଷି ଆଇନର ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି। ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଏହି ବନ୍ଦକୁ ସମର୍ଥନ କରିବା ପାଇଁ ନିଷ୍ପତ୍ତି ନେଇଛି। ତେଣୁ ଭାରତ ବନ୍ଦ ଡାକରାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି।

ଏହି ମର୍ମରେ ଜିଲ୍ଲାସ୍ତରରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତିଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମ୍ମୁଖ୍ୟ ଓ ବିଧାୟକ ପ୍ରାର୍ଥୀ ଏହି ବନ୍ଦକୁ ସଫଳ କରିବାକୁ ଅନୁରୋଧ କରିଥିବା ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଜଣାଇଛନ୍ତି।

ବନ୍ଦ ସଫଳ ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ଜନତା ମାରଣନୀତି ପ୍ରତିବାଦରେ ଆସନ୍ତା ୨୭ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ହେବାକୁ ଥିବା ଭାରତ ବନ୍ଦକୁ ସଫଳ କରାଇବା ପାଇଁ ଦଳ ପକ୍ଷରୁ ଆହ୍ବାନ କରାଯାଇଛି। ଆଜି ଲୋହିଆ ଏକାଡେମିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚାର ଆବାହକ ସୁରେଶ ପାଣିଗ୍ରାହୀ କହିଥିଲେ ଯେ ଭାରତ ବନ୍ଦ ୨୭ ତାରିଖ ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଜାରି ରହିବ। ବନ୍ଦ ସଂପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ଏବଂ ସାଧାରଣ ଜନତାଙ୍କ ସମର୍ଥନରେ କରାଯିବ। ସମସ୍ତ ପ୍ରକାର ଜରୁରୀକାଳୀନ ସେବାଗୁଡ଼ିକୁ ବନ୍ଦରୁ ବାଦ୍‌ ଦିଆଯିବ। କିନ୍ତୁ କେନ୍ଦ୍ର ସରକାରଙ୍କ ସମସ୍ତ ଦପ୍ତର, ବଜାର, ସପିଂ ମଲ୍, କାରଖାନା, ଶିକ୍ଷାନୁଷ୍ଠାନ, ବିଭିନ୍ନ କିସମର ପରିବହନ ବ୍ୟବସ୍ଥା, ଘରୋଇ ପରିବହନ କ୍ଷେତ୍ର, ଜାତୀୟ ରାଜପଥ ଏବଂ ରେଳ ଚଳାଚଳ ଇତ୍ୟାଦି ବନ୍ଦ ପାଇଁ ପିକେଟିଂ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀ‌ରେ ମୋର୍ଚ୍ଚାର କ୍ଷୀରୋଦ କୁମାର ସିଂହଦେଓ, ବଂଶୀଧର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର, ନିରଞ୍ଜନ ମହାନ୍ତି, ଭାଲଚନ୍ଦ୍ର ଷଡ଼ଙ୍ଗୀ, ନରେନ୍ଦ୍ର ମହାନ୍ତି, ପ୍ରଫୁଲ୍ଲ ସାମନ୍ତରାୟ, ଶେଷଦେବ ନନ୍ଦ, ଶ୍ରୀକାନ୍ତ ମହାନ୍ତି, ଶଙ୍କର ସାହୁ ଏବଂ ଦେବପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମର୍ଥନ ଜଣାଇଲା ସମାଜବାଦୀ ପାର୍ଟି
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ତିନୋଟି କଳା କୃଷି ଆଇନ୍ ବିରୁଦ୍ଧରେ ୨୭ ତାରିଖରେ ଦିଆ ଯାଇଥିବା ‘ଭାରତ ବନ୍ଦ’ ଡାକରାକୁ ସମାଜବାଦୀ ପାର୍ଟି, ଓଡ଼ିଶା ରାଜ୍ୟ କମିଟି ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛି । ଦୀର୍ଘ ୧୦ ମାସ ହେଲା ଖରା, ବର୍ଷା, ଶୀତ ଓ କାକରରେ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ନିଜର ଜିଦ୍ ଓ ଅହଙ୍କାର ଯୋଗୁ କୃଷକମାନଙ୍କ ସହିତ କଥାବାର୍ତ୍ତା ନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ତେଣୁ ଏହି ‘ଭାରତ ବନ୍ଦ’କୁ ସଫଳ କରିବା ପାଇଁ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe