ପ୍ରଚାର ସର୍ବସ୍ୱ ପାଲଟିଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର: ନିରଞ୍ଜନ

Advertisment

ବରିଷ୍ଠ ନାଗରିକ ଜାଗରଣ ମଞ୍ଚର ୧୨ ଘଣ୍ଟିଆ ଅନଶନକୁ କଂଗ୍ରେସର ସମର୍ଥନ

ବରିଷ୍ଠ ନାଗରିକ ଜାଗରଣ ମଞ୍ଚର ୧୨ ଘଣ୍ଟିଆ ଅନଶନକୁ କଂଗ୍ରେସର ସମର୍ଥନ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ : ପିସିସି ସଭାପତି

photo--india com

ଭୁବନେଶ୍ବର : ଆସନ୍ତାକାଲି ଅଗଷ୍ଟ ୯ କ୍ରାନ୍ତି ଦିବସରେ ବରିଷ୍ଠ ନାଗରିକ ଜାଗରଣ ମଞ୍ଚ ତରଫରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଅନଶନକୁ କଂଗ୍ରେସ ସମର୍ଥନ ଦେଇଛି। ଆଜି ଏ ସମ୍ପର୍କରେ ଘୋଷଣା କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ଦୀର୍ଘ ୨୦ ବର୍ଷ ଓ କେନ୍ଦ୍ରରେ ଗତ ୬ ବର୍ଷ ଧରି ଯେଉଁ ସରକାର ଚାଲିଛି, ସେମାନେ କେବଳ ରାଜ୍ୟ ଓ ଦେଶବାସୀଙ୍କୁ ପ୍ରତାରଣା କରିଚାଲିଛନ୍ତି। ଜନସାଧାରଣଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି ଓ ଫମ୍ପା ପ୍ରଚାର ବିଷୟରେ ସଚେତନ କରାଇବାର ସମୟ ଆସିଛି।

ଏକ ପ୍ରେସ୍‌ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଆସନ୍ତାକାଲି ହେଉଛି ଭାରତବର୍ଷ ପାଇଁ ଏକ ଐତିହାସିକ ଦିବସ। ଏଦି ଦିନ ଭାରତଛାଡ଼ ଆନ୍ଦୋଳନର ଡାକରା ମହାତ୍ମାଗାନ୍ଧୀ ଦେଇଥିଲେ। ଗାନ୍ଧିଜୀଙ୍କ ଡାକରାରେ ଲକ୍ଷ ଲକ୍ଷ ଲୋକ ସାମିଲ ହୋଇଥିଲେ। ସେହିଦିନଠାରୁ ସ୍ବାଧୀନତା ଆନ୍ଦୋଳନ ତୀବ୍ର ରୂପ ନେଇଥିଲା ଯେ, ଭାରତରୁ ବ୍ରିଟିଶ ଶାସନ ଲୋପ ପାଇ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ମିଳିଥିଲା। ଦୀର୍ଘ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ସରକାର ସମୟରେ ଚାଷୀ ଖୁସିରେ ନାହାନ୍ତି କି ବେକାରୀ ସମସ୍ୟା ଦୂର ହୋଇନି। ବିକାଶ କଥା ନ କହିଲେ ଭଲ। ସେହିପରି କେନ୍ଦ୍ରରେ ମୋଦୀ ସରକାର ଆସିବା ପରଠାରୁ ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି ଏହି ସରକାର ସମୟରେ ପୃଥିବୀର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ଧର୍ମନିରପେକ୍ଷତା ପ୍ରତି ବିପଦ ସୃଷ୍ଟି ହୋଇଛି। ଉଭୟ ଜନବିରୋଧୀ ସରକାରଙ୍କ ବିରୋଧରେ ଆସନ୍ତାକାଲି ବରିଷ୍ଠ ନାଗରିକମାନେ ଯେଉଁ ସତ୍ୟାଗ୍ରହ ଡାକରା ଦେଇଛନ୍ତି ସେଥିରେ ଯୁବକ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସଚେତନ ନାଗରିକଗଣ ସାମିଲ ହେବା ପାଇଁ ପିସିସି ସଭାପତି ମଧ୍ୟ ଆହ୍ବାନ ଦେଇଛନ୍ତି।

ପ୍ରକାଶଥାଉକି, ରାଜ୍ୟ ସରକାରଙ୍କ କରୋନା ପରିଚାଳନା, କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି, ଶ୍ରମିକମାନଙ୍କ ସମସ୍ୟା ନେଇ ଆସନ୍ତାକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବରିଷ୍ଠ ନାଗରିକ ଜାଗରଣ ମଞ୍ଚ ପକ୍ଷରୁ ଅନଶନ ପାଇଁ ଆହ୍ବାନ ଦିଆଯାଇଛି। ରବିବାର ଦିନ ୪ ଜିଲ୍ଲା ଓ ରାଉରକେଲା ପାଇଁ ସଟ୍‌ଡାଉନ୍‌ ବଳବତ୍ତର ଥିବାରୁ ନିଜ ନିଜ ଘରେ ରହି ଅନଶନରେ ସାମିଲ ହେବାକୁ ମଞ୍ଚର ଆବାହକ ତଥା ବରିଷ୍ଠ ସାମ୍ବାଦିକ ରବି ଦାସ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe