ମିଳିତ ମଞ୍ଚର ଧର୍ମଘଟ ଡାକରାକୁ ସମର୍ଥନ ଦେଲା କଂଗ୍ରେସ

ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ି କରିବା ପ୍ରସଙ୍ଗ: ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ଧାରଣା

financialexpress.com

ଭୁବନେଶ୍ବର : କେନ୍ଦ୍ର ବିଜେପି ସରକାର ଶ୍ରମିକମାନଙ୍କ ସ୍ବାର୍ଥକୁ ଅଣଦେଖା କରିଛନ୍ତି। ସଂସଦରେ ଆଣିଥିବା ଶ୍ରମବୋର୍ଡ଼ ବାତିଲ, କୃଷକ ବିରୋଧୀ ଆଇନ୍‌ ଏବଂ ରାଷ୍ଟ୍ରୀୟ ସମ୍ପତ୍ତି ଘରୋଇକରଣ କରିବା ବିରୋଧରେ ଆଣିଥିବା ଆଇନଗୁଡ଼ିକୁ ଆସନ୍ତା ୨୬ ତାରିଖରେ ୬ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ କରାଯିବ। ଏହି ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନର ମିଳିତ ମଞ୍ଚ ନେତୃବୃନ୍ଦ ରାମଚନ୍ଦ୍ର ଖୁଣ୍ଟିଆ, ରାମକୃଷ୍ଣ ପଣ୍ଡା, ବୀରେନ୍ଦ୍ର ଦାସ, ମହେନ୍ଦ୍ର ପରିଡ଼ା ଓ କିଶୋର ଜେନା ପ୍ରମୁଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ। ଶ୍ରୀ ପଟ୍ଟନାୟକ ସେମାନଙ୍କ ସହିତ ଆଲୋଚନା କରିବା ପରେ ରାଜ୍ୟର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଧର୍ମଘଟ ଡାକରାକୁ କଂଗ୍ରସ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି। ଏହାକୁ ସଫଳ କରିବା ପାଇଁ ସେ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ରାଜ୍ୟର ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe