ମାହାଙ୍ଗା ଡବଲ ମର୍ଡର ପରିବାରଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ: ମନ୍ତ୍ରୀଙ୍କୁ ତଦନ୍ତଭୁକ୍ତ କରା ନଯିବା ନେଇ ବ୍ୟକ୍ତ କଲେ ଅସନ୍ତୋଷ

ମାହାଙ୍ଗା ଡବଲ ମର୍ଡର ପରିବାରଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ: ମନ୍ତ୍ରୀଙ୍କୁ ତଦନ୍ତଭୁକ୍ତ କରା ନଯିବା ନେଇ ବ୍ୟକ୍ତ କଲେ ଅସନ୍ତୋଷ

ଭୁବନେଶ୍ବର: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ନୃର୍ତ୍ତାଙ୍ଗସ୍ଥିତ କୁଳମଣିଙ୍କ ପରିବାରର ଲୋକଙ୍କୁ ଭେଟିଛନ୍ତି । କୁଳମଣି ବରାଳଙ୍କ ପରିବାରକୁ ଭେଟିବା ପରେ ସେଠାରେ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସେ କହିଛନ୍ତି, ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଭିଯୋଗ ପରେ ବି ଏନେଇ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ସେ ମନ୍ତ୍ରୀଙ୍କୁ ତଦନ୍ତଭୁକ୍ତ କରାଯାଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ କରି ତାଙ୍କର ଇସ୍ତଫା ଓ ଗିରଫ ଦାବି କରିଥିଲେ। ସେ କହିଥିଲେ ଯେ, କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲା ଉପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅବଗତ ଅଛନ୍ତି ବୋଲି କହିଥିଲେ। ରାଜ୍ୟରେ ସରକାରୀ ଦଳର ମନ୍ତ୍ରୀମାନେ ଅପରାଧ ସହ ଜଡ଼ିତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

publive-image

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରି ୨ ତାରିଖ ରାତିରେ ମାହାଙ୍ଗାର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ କୁଳମଣିଙ୍କ ପୁଅ ତଥା ନୁର୍ତ୍ତାଙ୍ଗ ସମିତିସଭ୍ୟ ରମାକାନ୍ତ ବରାଳଙ୍କ ପକ୍ଷରୁ ମନ୍ତ୍ରୀଙ୍କ ସମେତ ୧୩ ଜଣଙ୍କ ନାମରେ ଏତଲା ଦିଆଯାଇଥିଲା। ଏହି ଘଟଣାରେ ଏଯାଏ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ବିଶ୍ବାଳର ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ବିଜେପି ଜୋରଦାରା ଆନ୍ଦୋଳନ କରିଥିଲା। ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe