ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

Advertisment
ସରକାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

Tathya

ଭୁବନେଶ୍ବର : କୋଭିଡ୍‌ ମହାମାରୀ ମୁକାବିଲା ପାଇଁ ସରକାର ଯେଉଁସବୁ ନିଷ୍ପତ୍ତି ନେଉଛନ୍ତି ତାକୁ ବାରମ୍ବାର ପରିବର୍ତ୍ତନ କରୁଛନ୍ତି। କେତେବେଳେ ସଙ୍ଗରୋଧ ଅବଧି ୧୪ ଦିନକୁ ୨୮ ଦିନ ତ ପୁଣି ୧୪ ଦିନକୁ ଖସିଆସୁଛନ୍ତି। ସେହିପରି ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ସଟ୍‌ଡାଉନ୍‌, କଣ୍ଟେନ୍‌ମେଣ୍ଟ ଓ ସର୍ବୋପରି ଲକ୍‌ଡାଉନ୍‌ ଲାଗୁ ହୋଇଥିବାବେଳେ ସରକାରଙ୍କ ବୈଷୟିକ ମୁଖପାତ୍ର ଗୋଷ୍ଠୀ ସଂକ୍ରମଣ ହେଲେ ଭଲ ବୋଲି କହିଛନ୍ତି। ସରକାରଙ୍କ ଏପରି ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନକୁ ନେଇ ପ୍ରଦେଶ କଂଗ୍ରେସ ପ୍ରଶ୍ନ ଉଠାଇଛି।

ଦଳୀୟ ନେତା ସୁଦର୍ଶନ ଦାସ ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, କରୋନା ପ୍ରତିହତ ପାଇଁ ସମସ୍ତେ ମାସ୍କ୍‌ ପିନ୍ଧିବା ଉଚିତ୍‌ ବୋଲି ସରକାର କହିଥିଲେ। ପରବର୍ତ୍ତୀ ସମୟରେ କହିଲେ, ମାସ୍କ୍‌ ପିନ୍ଧିବା ଜରୁରୀ ନୁହଁ। ପୁଣି ମତ ବଦଳାଇ କହିଲେ ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ। ଏପରିକି ମାସ୍କ୍‌ ନି ପିନ୍ଧିଲେ ଜରିମାନା ଆଦାୟ କରିବାକୁ ପୁଲିସକୁ କ୍ଷମତା ଦେଇଦେଲେ। ସେହିପରି ମଦ ବା ନିଶା ସେବନ ଦ୍ବାରା ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ କରୋନା ସଂକ୍ରମଣ ସମ୍ଭାବନା ଅଧିକ ସୃଷ୍ଟି ହୁଏ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ। କିନ୍ତୁ ଏବେ ଅନଲାଇନ୍‌ ଯୋଗେ ମଦ ଲୋକଙ୍କୁ ଦୁଆର ମୁହଁରେ ଯୋଗାଇ ଦେବାକୁ ଗତକାଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଏପରି ଘନ ଘନ ନିଷ୍ପତ୍ତି ପରିବର୍ତ୍ତନକୁ ଶ୍ରୀ ଦାସ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe