ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କଲା କଂଗ୍ରେସ

ବାଲେଶ୍ୱର ଘଟଣାକୁ ନେଇ ନିଜର ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ କହିଛନ୍ତି କି ବାଲେଶ୍ୱର ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜା ଅନୁଭବ କରୁଛନ୍ତି।

New Project (2)

ଭୁବନେଶ୍ବର: ବାଲେଶ୍ୱର ଘଟଣାରେ ଶାସକ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ। ଘଟଣାରେ ଏବେ ନିଜର ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମିଳନୀରେ କହିଛନ୍ତି କି ବାଲେଶ୍ୱର ଘଟଣାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜା ଅନୁଭବ କରିଛନ୍ତି। ଯାହାକି ଆମ ରାଜ୍ୟର ସମ୍ମାନହାନୀ କରିଛି।

ସ୍ୱାଧୀନତାର ୭୫ ବର୍ଷ ପରେ ବି ନାରୀ ସୁରକ୍ଷିତ ନଥିବା ବେଳେ ସରକାର ନିରବଦଷ୍ଟା ସାଜିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେ ଆହୁରି ବି କହିଛନ୍ତି ‌ଯେ ‘‘ଏଭଳି ଘଟଣା ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ କିଭଳି ଲଜ୍ଜା ଦେଉନାହିଁ କେଜାଣି। ସେମାନେ କ୍ଷମତାରେ ରହିବା ଉଚିତ ନୁହେଁ। ତୁରନ୍ତ ଇସ୍ତଫା ଦିଅନ୍ତୁ।’’

ବାଲେଶ୍ୱର ଘଟଣାରେ ସୁପ୍ରିମକୋର୍ଟ ଲଜ୍ଜିତ ବୋଲି କହିବାରୁ ଓଡ଼ିଶାର ସମ୍ମାନହାନୀ ଘଟିଛି ବୋଲି ସେ ମତ ରଖିଛନ୍ତି। ଗୋଟାଏ ବର୍ଷ ବିତିଯିବା ପରେ ବି ମହିଳା କମିସନ ଗଠନ ହୋଇପାରିଲା ନାହିଁ। ଏ ସରକାର କ’ଣ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଆସନ୍ତାକାଲି ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ। ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟକୁ ଦିନ ୯ଟାରେ ଗୋଟିଏ ମିନିଟ ପାଇଁ ନୀରବ ପାର୍ଥନା କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe