୨୦୨୪ ନିର୍ବାଚନରେ ତୃଣମୂଳସ୍ତରରୁ ଦଳ ସଂଗଠିତ ହେବ : କଂଗ୍ରେସ

Advertisment

କଂଗ୍ରେସର ନେତୃତ୍ବ ବିକାଶ ମିସନ ବୈଠକ

କଂଗ୍ରେସର ନେତୃତ୍ବ ବିକାଶ ମିସନ ବୈଠକ

୨୦୨୪ ନିର୍ବାଚନରେ ତୃଣମୂଳସ୍ତରରୁ ଦଳ ସଂଗଠିତ ହେବ : କଂଗ୍ରେସ

ରାୟଗଡା: ଆଦିବାସୀ ବହୁଳ ରାୟଗଡା ଜିଲ୍ଳାରେ ତୃଣମୂଳସ୍ତରରେ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ କରିବା, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଲୋକଙ୍କ ପାଇଁ ବିକାଶର ସେବା ଯୋଗାଇବା ଏବଂ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ କରିବାର ଲକ୍ଷ୍ୟ ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଠାରେ ନେତୃତ୍ୱ ବିକାଶ ମିସନ (ଏଲଡିଏମ୍) ବୈଠକ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ କଂଗ୍ରେସ ଭବନ ପରିସରରେ ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଜୟ କୁମାର ଗମାଙ୍ଗଙ୍କ ସଭାପତିତ୍ୱରେ ନେତୃତ୍ୱ ବିକାଶ ମିସନ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ସେଲ୍ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଏଲଡିଏମ ଜାତୀୟ ସଂଯୋଜକ ମାନସ ମଲ୍ଳିକ, ଓବିସି ଜାତୀୟ ସଂଯୋଜକ ରାଜ କିଶୋର ବାରିକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଳା କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଶଙ୍କର୍ଷଣ ମଙ୍ଗରାଜ, ଜିଲ୍ଳା ସଂପାଦକ ଭୂଷଣ ବିଡିକା, ଜିଲ୍ଳା ଯୁବ କଂଗ୍ରେସ ସଭାପତି ମୋହନ ନାୟକ, ରାୟଗଡା ନିର୍ବାଚନ ମଣ୍ଡଳୀ ଆଦିବାସୀ ଯୁବ ନେତା ତଥା ବିଧାୟକ ପ୍ରାର୍ଥୀ ଆପଲାସ୍ୱାମୀ କାଡ୍ରକା, ଜିଲ୍ଳା ଅନୁସୂଚିତ ଜାତି ସେଲ୍ ସଭାପତି ରାଜେନ୍ଦ୍ର ଦୁରିଆ, ରାୟଗଡା ନିର୍ବାଚନ ମଣ୍ଡଳି ଏଲଡିଏମ ସଂଯୋଜକ ଜିଭିତେଶ୍ୱର ରାଓ, ଗୁଣପୁର ନିର୍ବାଚନ ମଣ୍ଡଳୀ ଏଲଡିଏମ ସଂଯୋଜକ ତାରିଣୀ ଶତପଥୀ, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ଆସଲାମ ଖାନ, ହୁତାସେନ ନାୟକଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବୁଥ ସ୍ତରରେ ତଥା କଂଗ୍ରେସ ଦଳକୁ ସଂଗଠିତ କରିବା ଏବଂ ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁମାନଙ୍କୁ କିଭଳି ଭାବରେ ଏକତ୍ରିତ କରିପାରିବୁ ଏବଂ ଉକ୍ତ ବର୍ଗର ଲୋକଙ୍କୁ କଂଗ୍ରେସ କିଭଳି ଉତ୍କୃଷ୍ଟ ସେବା ଯୋଗାଇ ପାରିବ, ସେମାନଙ୍କ ବିକାଶ ପାଇଁ କିଭଳି କାର୍ଯ୍ୟ କରିପାରିବ ଏକ ନେତୃତ୍ବ ବିକାଶ ମିଶନ ଟିମ୍ ପ୍ରସ୍ତୁତ କରାଯାଉଛି ବୋଲି ରାଜ୍ୟ ଏସ.ସି.ସେଲ୍ ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରକାଶ କରିଥିଲେ। ୨୦୨୪ ନିର୍ବାଚନରେ କଂଗ୍ରେସ ଦଳ ରାୟଗଡା ଓ ଗୁଣପୁର ନିର୍ବାଚନ ମଣ୍ଡଳୀର ୩ଟି ବିଧାନସଭା ଆସନ ସହ କୋରାପୁଟ ଲୋକସଭା ଆସନକୁ ହାତଇବ ବୋଲି ଶ୍ରୀ ବେହେରା ଦୃଢକ୍ତି ପ୍ରକାଶ କରିଛନ୍ତି।

ସେହିପରି ରାୟଗଡା ଜିଲ୍ଳାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳି ଓ ବ୍ଳକ ସ୍ତରୀୟ କମିଟି ଗଠନ କରାଯାଇ ଦଳକୁ ଆହୁରି ମଜବୁତ ସ୍ତରକୁ ଅଣାଯାଇପାରିବ ଏବଂ ଯେଉଁ ଆସନରେ ଦଳ ପଛରେ ଅଛି ସେଥିପ୍ରତି ଅଧିକ ଧ୍ୟାନ ଦେଇ ତୃଣମୂଳ ସ୍ତରରେ ଦଳ ଲୋକଙ୍କ ଠାରେ ପଂହଚିପାରିବ ସେଥିପାଇଁ ଏଲଡିଏମ୍ ବୈଠକ ଅନୁଷ୍ଠିତ ହୋଇଥିବା ନେଇ ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଥିଲେ। ନିକଟରେ ଛତିଶଗଡ଼ରେ କଂଗ୍ରେସର ପରାଜୟ ଦଳର ଭୁଲ୍ ପାଇଁ ହୋଇଥିବା ସେ କହିଥିବା ବେଳେ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପକାଇବ ନାହିଁ ଏବଂ ଆଗାମୀ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ ଦଳୀୟ ପ୍ରାର୍ଥୀ  ଅନେକାଂଶ ଆସନରେ ବିଜୟ ଲାଭ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe