କଳିଙ୍ଗନଗର ଆଦିବାସୀ ଗଣହତ୍ୟାର ୧୫ତମ ବାର୍ଷିକୀ ପାଳନ କରିବ କଂଗ୍ରେସ

Advertisment
କଳିଙ୍ଗନଗର ଆଦିବାସୀ ଗଣହତ୍ୟାର ୧୫ତମ ବାର୍ଷିକୀ ପାଳନ କରିବ କଂଗ୍ରେସ

The Quint

ଭୁବନେଶ୍ବର : ୨୦୦୬ ଜାନୁଆରି ୨ ତାରିଖରେ ଓଡ଼ିଶାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲା। ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ସଂଘଟିତ ହୋଇଥିଲା ବର୍ବୋରଚିତ ଆଦିବାସୀ ଗଣହତ୍ୟା। ଆସନ୍ତା ଜାନୁଆରି ୨ ତାରିଖରେ ଏହି ଘଟଣାକୁ ୧୫ ବର୍ଷ ପୂରିବ। ଏହି ଘଟଣା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ ସେହିଦିନ ପ୍ରତ୍ୟେକ ବ୍ଲକ୍‌, ପୌରାଞ୍ଚଳ ଓ ଜିଲ୍ଲା ପ୍ରଶାସନ ଅଫିସ ସମ୍ମୁଖରେ ଦଳୀୟ କର୍ମୀମାନେ ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଧାରଣାରେ ବସିବେ। ଏହାକୁ ସଫଳ କରିବା ପାଇଁ ରାଜ୍ୟବାସୀ ସହଯୋଗ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ଅଭିଯୋଗ କରି ସେ କହିଛନ୍ତି, ବିଜେଡି ଓ ବିଜେପିର ଭାଗୁଆଳି ସରକାର ସମୟରେ ନିରୀହ ଆଦିବାସୀମାନଙ୍କ ଉପରେ ଗୁଳି ବାଜିଥିଲା। ଯେଉଁଥିରେ ୧୬ ଜଣ ଆଦିବାସୀ ପ୍ରାଣ ହରାଇଥିଲେ। ଏପରିକି ୬ ମାସର ଅବୋଧ ଶିଶୁ ଓ ତାର ମା' ମଧ୍ୟ ବିଜେଡି-ବିଜେପିର ସରକାରୀ ଗୁଳିରୁ ରକ୍ଷା ପାଇ ନ ଥିଲେ ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ତତ୍କାଳୀନ ୟୁପିଏ ସରକାର ଆଦିବାସୀଙ୍କ ଭିଟାମାଟି ଓ ଜମି ସୁରକ୍ଷା ପାଇଁ ଐତିହାସିକ ଜଙ୍ଗଲ ଅଧିକାର ଆଇନ ଓ ଜମି ଅଧିଗ୍ରହଣ ବ୍ୟବସ୍ଥା ଲାଗୁ କରିଥିଲେ। ଅନ୍ୟପଟେ ବିଜେଡି ଓ ବିଜେପିର ମେଣ୍ଟ ସରକାର ଆଦିବାସୀମାନଙ୍କର ଜମି ଛଡ଼େଇନେଲେ। ଏବେ ଚାଷୀ ମାରଣ ଯଜ୍ଞ ଚାଲିଛି। ଆଦିବାସୀମାନଙ୍କ ସମ୍ମାନ, ସ୍ବାଭିମାନ ଓ ସ୍ବାର୍ଥ ପାଇଁ କଂଗ୍ରେସ ଦଳ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe