୧୦ରେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

Advertisment

ଗତ ୮ ମାସର ଡବଲ୍‌ ଇଞ୍ଜିନ୍‌ ସରକାରରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ଡବଲ୍‌ ଇଞ୍ଜିନ୍‌ ସରକାର ରାଜ୍ୟର ଦ୍ରୁତ ପ୍ରଗତିର ସ୍ୱପ୍ନ ଦେଖାଉଛନ୍ତି। ମାତ୍ର ରାଜ୍ୟର ମୋଟ ଜନସଂଖ୍ୟାର ୫୦% ମହିଳା ହୋଇଥିବା ବେଳେ ସେମାନେ ଅତ୍ୟାଚାରିତ।

ଗତ ୮ ମାସର ଡବଲ୍‌ ଇଞ୍ଜିନ୍‌ ସରକାରରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ଡବଲ୍‌ ଇଞ୍ଜିନ୍‌ ସରକାର ରାଜ୍ୟର ଦ୍ରୁତ ପ୍ରଗତିର ସ୍ୱପ୍ନ ଦେଖାଉଛନ୍ତି। ମାତ୍ର ରାଜ୍ୟର ମୋଟ ଜନସଂଖ୍ୟାର ୫୦% ମହିଳା ହୋଇଥିବା ବେଳେ ସେମାନେ ଅତ୍ୟାଚାରିତ।

sfsfxc

ଭୁବନେଶ୍ବର: ଗତ ୮ ମାସର ଡବଲ୍‌ ଇଞ୍ଜିନ୍‌ ସରକାରରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି ଚାଲିଛି। ଡବଲ୍‌ ଇଞ୍ଜିନ୍‌ ସରକାର ରାଜ୍ୟର ଦ୍ରୁତ ପ୍ରଗତିର ସ୍ୱପ୍ନ ଦେଖାଉଛନ୍ତି। ମାତ୍ର ରାଜ୍ୟର ମୋଟ ଜନସଂଖ୍ୟାର ୫୦% ମହିଳା ହୋଇଥିବା ବେଳେ ସେମାନେ ଅତ୍ୟାଚାରିତ। ଏହାର ପ୍ରତିବାଦରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶରେ ଆସନ୍ତା ୧୦ ତାରିଖରେ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାସହ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଘେରାଉ କାର୍ଯ୍ୟକ୍ରମର ଭୁବନେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ନବଜ୍ୟୋତି ପଟ୍ଟନାୟକ। 

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ, ରାଜ୍ୟରେ ଦୀର୍ଘ ୨୪ ବର୍ଷର ସରକାରରେ ପରୀ, ବେବିନା, ମାଧବୀଲତା, ମମିତା ଓ କୁନ୍ଦୁଲି ପୀଡ଼ିତା ଭଳି ବହୁ ମହିଳା ନିର୍ଯାତିତ ହୋଇ ନ୍ୟାୟ ପାଇପାରି ନାହାନ୍ତି। ସାଧାରଣ ଜନତା ଭାବିଥିଲେ ରାଜ୍ୟରେ ସରକାର ବଦଳିବା ପରେ ମହିଳାଙ୍କ ପ୍ରତି ଅତ୍ୟାଚାର ହ୍ରାସ ପାଇବ। ମାତ୍ର ବିଜେପି ସରକାର ଆସିବା ପରେ ମହିଳାଙ୍କ ପ୍ରତି ଅତ୍ୟାଚାର, ଗଣଦୁଷ୍କର୍ମ ଓ ମହିଳା ନିଖୋଜ ହେବା ଘଟଣା ଦେଶରେ ରେକର୍ଡ କରିଛି। କେନ୍ଦ୍ର ଓ ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା, ମା’କୁ ସମ୍ମାନ, ‘ବେଟି ବଚାଓ ଓ ବେଟି ପଢ଼ାଓ’ର ବାର୍ତ୍ତା ଦେଉଛନ୍ତି। କିନ୍ତୁ  ବାସ୍ତବରେ ତାହା ସଂପୂର୍ଣ୍ଣ ଓଲଟା। କଂଗ୍ରେସ ଦଳ ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇଆସିଛି ଓ ତାଙ୍କ ପାଇଁ କାର୍ଯ୍ୟ କରିଆସୁଛି। ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ଭାରତ ସେତେବେଳେ ପୂର୍ଣ୍ଣ ସ୍ୱାଧୀନତା ଲାଭ କରିବ ଯେବେ ଜଣେ ମହିଳା ରାତିରେ ଏକାକୀ ଯିବାଆସିବା କରିପାରିବ। କିନ୍ତୁ ବିଗତ ୮ ମାସ ଭିତରେ ରାଜ୍ୟରେ ମହିଳାମାନେ ଦିନରେ ଏକୁଟିଆ ଯିବାଆସିବା କରିବା ପାଇଁ ଡରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।  

ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଥିଲେ, ସାରା ଦେଶରେ ମହିଳାମାନଙ୍କ ସୁରକ୍ଷା ପ୍ରଦାନରେ ଓଡ଼ିଶା ସଂପୂର୍ଣ୍ଣ ବିଫଳ ହୋଇଛି। ରାଜ୍ୟର ଆଦିବାସୀ, ଦଳିତ ଛାତ୍ରୀମାନେ ଗର୍ଭବତୀ ହେବା ଅତ୍ୟନ୍ତ ଚିନ୍ତାର ବିଷୟ। ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ କହିଥିଲେ, ଆସନ୍ତା ୧୦ ତାରିଖରେ ‌ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦ ଯୋଗ ଦେଇ ନିଜର ମତାମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଜନୀ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତି, ଅଶୋକ ଦାଶ, ପ୍ରକାଶ ଜେନା, ଗୀତାଞ୍ଜଳି ମହାନ୍ତି, ମନୀଷା ଦାସପଟ୍ଟନାୟକ, ପ୍ରାଚୀ ରାଉତରାୟ, କୁସୁମ ପ୍ରଧାନ, ସ୍ନେହ ଜେନା, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe