ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ କଂଗ୍ରେସ

୪ ତାରିଖ ସନ୍ଧ୍ୟାରେ ଅଧଘଣ୍ଟା ଲାଇଟ୍‌ ବନ୍ଦ ହେବ, ଏପ୍ରିଲ୍‌ ୫, ୬ରେ ଧାରଣା, ବିକ୍ଷୋଭ

ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କ ଲାଇସେନ୍‌ସ୍‌ ଫି ଛାଡ଼ି କରିବା ପ୍ରସଙ୍ଗ: ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ଧାରଣା

financialexpress.com

ଭୂବନେଶ୍ବର : ବିଦ୍ୟୁତ ଦର ବୃଦ୍ଧିକୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୋଭିଡ୍‌ ମହାମାରୀ ଯୋଗୁ ରାଜ୍ୟବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଏହି ସମସ୍ୟାରୁ ସାଧାରଣ ଜନତା ସମ୍ପୂର୍ଣ୍ଣ ମୁକ୍ତ ହୋଇ ନାହାନ୍ତି। ଏମିତି ସମୟରେ ରାଜ୍ୟ ସରକାରଙ୍କ ବିଦ୍ୟୁତ ଦର ବୃଦ୍ଧି ଅତ୍ୟନ୍ତ ଅପରିଣାମଦର୍ଶୀ ନିଷ୍ପତ୍ତି। ଏହା ଉପଭୋକ୍ତାଙ୍କ ଉପରେ ବୋଝ ସଦୃଶ। ଏଥିପାଇଁ ରାଜ୍ୟବ୍ୟାପୀ ଜନ ଅସନ୍ତୋଷ ଦେଖାଦେଇଛି। ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ କଂଗ୍ରେସ ଏହାକୁ କଦାପି ବରଦାସ୍ତ କରିବ ନାହିଁ। ଏହି ବର୍ଦ୍ଧିତ ଦର ସମସ୍ତଙ୍କୁ ବାଧୁଥିବାରୁ ଏହାର ପ୍ରତିବାଦ ସ୍ବରୂପ ଆସନ୍ତା ୪ ତାରିଖ ରବିବାର ସନ୍ଧ୍ୟା ୬ଟା ୩୦ରୁ ୭ଟା ଯାଏ( ୩୦ ମିନିଟ୍‌) ନିଜ ଘରର ସମସ୍ତ ଲାଇଟ୍‌ ଓ ବୈଦ୍ୟୁତିକ ଉପକରଣ ବନ୍ଦ ରଖିବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ଆସନ୍ତା ୫ ତାରିଖ ସୋମବାର ଦିନ ଜିଲ୍ଲା ସଦର ମହକୁମାରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୪ ଘଣ୍ଟିଆ ଧାରଣା ଦେବେ। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ସେହିପରି ଆସନ୍ତା ୬ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ୍‌/ନଗର କଂଗ୍ରେସ କମିଟି ପକ୍ଷରୁ ନିଜ ଅଞ୍ଚଳରେ ଥିବା ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସହ ଧାରଣା ଦିଆଯିବ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ କମିଟିର ମିଳିତ ଆନୁକୂଲ୍ୟରେ ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୧ଟାରେ ଚନ୍ଦ୍ରଶେଖରପୁରସ୍ଥିତ ଓଇଆର୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟା‌େର ସାମିଲ ହେବାକୁ ପିସିସି ସଭାପତି ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe