ନବୀନ ନିବାସ ଘେରାଉ କରିବ ମହିଳା କଂଗ୍ରେସ

Advertisment
ନବୀନ ନିବାସ ଘେରାଉ କରିବ ମହିଳା କଂଗ୍ରେସ

ଭୁବନେଶ୍ବର :ଆସନ୍ତା ଜାନୁଆରି ୩ ତାରିଖରେ ନବୀନ ନିବାସ ଘେରାଉ କରିବା ମହିଳା କଂଗ୍ରେସ । ପିପିଲି ଦୁଷ୍କର୍ମ ଓ ହତ୍ୟା ଘଟଣା ରାୟ ପରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବୟାନକୁ ବିରୋଧ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ଶୁଣାଇଛି। ପୂର୍ବରୁ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ତାଙ୍କର େଲାୟର ପିଏମଜିସ୍ଥିତ ସରକାରୀ ବାସଗୃହ ଘେରାଉ କରିଥିଲା ମହିଳା କଂଗ୍ରେସ।

ଆଜି ସାମ୍ବାଦିକ ସମ୍ମିଳନୀ କରି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଅଭିଯୋଗ କରିଛନ୍ତି, ପିପିଲି ମାମଲାରେ ମନ୍ତ୍ରୀଙ୍କ ବୟାନ ସମଗ୍ର ମହିଳା ଜାତିପ୍ରତି ଅସମ୍ମାନ । ଗତ ଡିସେମ୍ବର ୨୫ ତାରିଖରେ ଶ୍ରୀ ମହାରଥୀ ଯେଉଁଭଳି ଭାବେ ବିବୃତି ଦେଲେ 'କ୍ଷୀର କ୍ଷୀର, ପାଣି ପାଣି, ସତ କେବେ ଲୁଚି ରହିବନି,ସତର ପରିପ୍ରକାଶ ହୋଇଛି, ପୀଡ଼ିତାକୁ ଉଚିତ ନ୍ୟାୟ ମିଳିଛି।'ଏହାହି ଁସୂଚାଉଛି, ଘଟଣାରେ ତାଙ୍କର ସମ୍ପୃକ୍ତି ରହିଛି।

କେଉଁ ଶକ୍ତିବଳରେ ନିଜକୁ ଅତିବଳବାନ ବୋଲି ପ୍ରଶ୍ନ କରି ମହିଳା କହିଛି, ସଶକ୍ତିକରଣ,ନାରୀ, ମାଟିକୁ ସମ୍ମାନ,ମିସନ ଶକ୍ତି,୩୩ ପ୍ରତିଶତ ମହିଳା ସଂରକ୍ଷଣ ନେଇ ଆହ୍ବାନ ଦେଉଥିବା ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ଏପରି ମନ୍ତବ୍ୟ ଶୁଣି ମଧ୍ୟ ମୁଖ୍ୟମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ଯଦି ତିଳେ ହେଲେ ମହିଳାଙ୍କ ପ୍ରତି ସମ୍ମାନ ଥାଏ ତା ହେଲେ ଏହିପରି ସମ୍ବେଦନଶୀଳ ଘଟଣାରେ ଏପରି ଦାୟିତ୍ବହୀନ ଏବଂ ଲଜ୍ଜାଜନକ ବିବୃତି ଦେଉଥିବା ମନ୍ତ୍ରୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ । ତଦନ୍ତ ସରିବା ପୂର୍ବରୁ କେଉଁ ଚାପର ବଶବର୍ତ୍ତୀ ହୋଇ ମୁଖ୍ୟମନ୍ତ୍ରୀ ପୁଣି ଥରେ ମହାରଥୀଙ୍କୁ ମନ୍ତ୍ରୀପଦରେ ବସାଇଲେ ତାକୁ ନେଇ ମଧ୍ୟ ଦଳ ପ୍ରଶ୍ନ ଉଠାଇଛି।

ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ବିଦା ନ କରନ୍ତି, ତେବେ ଶ୍ରୀ ମହାରଥୀ ଯେ କୌଣସି କାର୍ଯ୍ୟକ୍ରମ ବା ସଭାସମିତିରେ ଯୋଗଦେବେ ମହିଳା କଂଗ୍ରେସ ତାଙ୍କୁ ସେଠାରେ ଜୋରଦାର ବିରୋଧ କରିବ। ସେହିପରି ପିପିଲି ନିର୍ବାଚନ ମଣ୍ଡଳିରେ ପ୍ରତି ପଞ୍ଚାୟତ ସ୍ତରରେ ଦଳ କାର୍ଯ୍ୟକ୍ରମ କରିବ େବାଲି ଶ୍ରୀମତୀ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe