ଥମୁନି ଅସନ୍ତୋଷ: ପ୍ରାର୍ଥୀ ବଦଳ ନେଇ ପୁଣି ପିସିସି ସଭାପତିଙ୍କ ନିକଟରେ ପହଞ୍ଚିଲେ ଅସନ୍ତୋଷ କଂଗ୍ରେସ କର୍ମୀ

Advertisment
ଥମୁନି ଅସନ୍ତୋଷ: ପ୍ରାର୍ଥୀ ବଦଳ ନେଇ ପୁଣି ପିସିସି ସଭାପତିଙ୍କ ନିକଟରେ ପହଞ୍ଚିଲେ ଅସନ୍ତୋଷ କଂଗ୍ରେସ କର୍ମୀ

ଘୁ ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଜି ପର୍ଯ୍ୟନ୍ତ ଦଳୀୟ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଏବଂ ବିରୋଧ ଜାରି ରହିଥିବା ବେଳେ ଏହି କର୍ମୀମାନେ ଭୁବନେଶ୍ୱର କଂଗ୍ରେସ ଭବନରେ ପହଂଚିଲାଣି। ସ୍ଥାନୀୟ ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀମାନଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ଆଲୋଚନା ବୈଠକ କରି ଏକ ସ୍ଵର ଉଠେଇ ଥିବା ବେଳେ ଜାତୀୟ ପର୍ଯ୍ୟବେକ୍ଷକ ଦିଲ୍ଲୀରୁ ଆସି ସମସ୍ୟା ଅନୁଧ୍ୟାନ କରିଥିବା ଦେଖିବକୁ ମିଳିଥିଲା।

ସେପଟେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମକର୍ତ୍ତା ଭୁବନେଶ୍ୱର କଂଗ୍ରେସ ଭବନରେ  ପିସିସି ସଭାପତି ଶରତ ପଟ୍ଟନାୟକ ନିକଟରେ ପହଞ୍ଚି ଫେରାଦ ହେଇଥିବା ଦେଖିବାକୁ ମିଳିଛି। ପ୍ରାର୍ଥୀ ପ୍ରତ୍ୟାହାର କର ନତୁବା କଂଗ୍ରେସ ହାରିବ ବୋଲି ରୋକ ଠକ ଜଣେଇଦେଇଛନ୍ତି। ଏହି ପ୍ରତିବାଦ ସ୍ଵର୍ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ୫୦ରୁ ଊର୍ଦ୍ଧ୍ବ କର୍ମୀ, ଆଶାୟୀ ପ୍ରାର୍ଥୀ, ବ୍ଲକ ସଭାପତି ଓ ଅନ୍ୟମାନେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିବା ବେଳେ ସେପଟେ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା ଫୁଲବାଣୀରେ ସାମ୍ବାଦିକଙ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ କୌଣସି ପାର୍ଥିଙ୍କୁ ପ୍ରତ୍ୟାହାର କରାଯିବ ନାହିଁ।

ସେପଟେ କିନ୍ତୁ କର୍ମୀମାନେ ଭୁବନେଶ୍ୱର ଯାଇ ଡେରା ପକାଇଛନ୍ତି। ସେମାନଙ୍କର ଦାବି ପ୍ରଫୁଲ୍ଲ ପ୍ରଧାନଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କର ନ ହେଲେ କଂଗ୍ରେସ ବିପଦ ଆଡ଼କୁ ଯାଉଛି ବୋଲି ପିସିସି ସଭାପତିଙ୍କ ସହିତ ଆଲୋଚନା କରିଥିବା ସୂଚନା ରହିଛି। କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ଏକଦା କଂଗ୍ରେସର ଗଡ଼ ଭାବେ ପରିଚିତ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଯେମିତି ଗ୍ରହ ଲାଗିଯାଇଛି ମୂଳରୁ ଆଜି ପର୍ଯ୍ୟନ୍ତ ଅସନ୍ତୋଷ ରେ ହିଁ ସବୁ ଚାଲିଛି। ଆଉ ମାତ୍ର କିଛି ଦିନ ପରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଦଳରେ ଅସନ୍ତୋଷ ବୃଦ୍ଧି ଆଗକୁ କେଉଁ ଦିଗକୁ ନେବ ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe