Advertisment

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ

Advertisment
ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ

କୋକସରା: କେନ୍ଦ୍ରର ମ‌ୋଦୀ ସରକାର ଶାସନରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଥିବା ଅଭିଯୋଗ କରି ଏହାର ପ୍ରତିବାଦ କରିଛି କଂଗ୍ରେସ। ସୋମବାର କୋକସରା ବ୍ଲକ୍‌ର ମୋଟେର, କୋକସରା, ଲଡୁଗାଁ, ଆମପାଣି ସମେତ ଅନେକ ସ୍ଥାନରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିବା ସହ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଶୋଷଣ ନୀତି ବିରୋଧରେ ସଚେତନ ଓ ଲିଫ୍‌ଲେଟ ବଣ୍ଟନ କରିଛନ୍ତି।

କୋକସରା ବ୍ଲକ କଂଗ୍ରେସ କମିଟିର ସଭାପତି ଘନଶ୍ୟାମ ଜାଲଙ୍କ ନେତୃତ୍ୱରେ ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଧଙ୍ଗଡାମାଝୀ, ଜିଲ୍ଲା ଓବିସି ସେଲ ଜିଲ୍ଲା ସଭାପତି ଲିଙ୍ଗରାଜ ବେହେରା ମାର୍କଣ୍ଡ ବେମାଲ, ମହେନ୍ଦ୍ର ଧରୁଆ, ଅଭିମନ୍ୟୁ ପଟ୍ଟନାୟକ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଲାଲସାଏ ନାଗ, ହରିଶ୍ଚନ୍ଦ୍ର ନାଏକ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଦରଦାମ ବୃଦ୍ଧି ନେଇ ପ୍ରତିବାଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe