କଂଗ୍ରେସର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ, ମାର୍ଚରେ ବ୍ଲକ୍ ଓ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନିଯୁକ୍ତି

ବିଏମ୍‌ସି ନିର୍ବାଚନ: କିପରି ଲଢ଼ିବ କଂଗ୍ରେସ, ୱାର୍ଡସ୍ତରରେ ନେତା ନାହାନ୍ତି

The Economic Times

ଭୁବନେଶ୍ବର : ରାଜ୍ୟର ସମସ୍ତ ବୁଥ ସ୍ତରରେ ଜଣେ ଲେଖାଏ ପୁରୁଷ ଓ ମହିଳା ସଭ୍ୟ ସଂଗ୍ରହକାରୀ ନିଯୁକ୍ତି କରିବ କଂଗ୍ରେସ। ବୁଥସ୍ତରରୁ ସଭ୍ୟ ସଂଗ୍ରହ କରାଯାଇ ସଂଗଠନକୁ ମଜବୁତ କରାଯିବ। ଏହି ପ୍ରକ୍ରିୟାରେ ସଭ୍ୟ ସଂଗ୍ରହକାରୀମାନେ ପ୍ରତି ବୁଥରେ ଶତାଧିକ ସଭ୍ୟ ସଂଗ୍ରହ କରିବେ ବୋଲି ସୂଚନା ଦେଇଛନ୍ତି ପିସିସି ଉପସଭାପତି ଯଜ୍ଞେଶ୍ବର ବାବୁ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାବୁ କହିଲେ, କଂଗ୍ରେସର ଆଭ୍ୟନ୍ତରୀଣ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷଭାବେ ପୂର୍ବତନ ସାଂସଦ ମଧୁସୂଦନ ମିସ୍ତ୍ରିଙ୍କୁ ଦଳ ପକ୍ଷରୁ ନିଯୁକ୍ତ କରାଯାଇଛି। ସାଂସଦ ନିରଜ ଡାଙ୍ଗୀ ଓଡ଼ିଶା ପ୍ରଦେଶର ପ୍ରଦେଶ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ଡାଙ୍ଗୀ ପିସିସି ସଭାପତିଙ୍କ ସହ ଆଲୋଚନା କରିବେ ଓ ଆସନ୍ତା ମାର୍ଚ ପ୍ରଥମ ସପ୍ତାହରେ ବ୍ଲକ୍ ପାଇଁ ରିଟର୍ଣ୍ଣିଂ ଅଫିସର ଓ ଜିଲ୍ଲା ପାଇଁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରାଯିବ। ସଭ୍ୟ ସଂଗ୍ରହ ଅଭିଯାନରେ ଡିଜିଟାଲ ମାଧ୍ୟମକୁ ଉପଯୋଗ କରିବା ଲାଗି ଦଳ ନିଷ୍ପତ୍ତି ନେଇଥିଲା। ମାତ୍ର ରାଜ୍ୟବ୍ୟାପୀ ଇଣ୍ଟରନେଟ୍‌ ସୁବିଧା ଉପଲବ୍ଧ ‌ନାହିଁ। ତେଣୁ ଉଭୟ ଡିଜିଟାଲ ଓ ଅଫ୍‌ଲାଇନ୍‌ ବ୍ୟବସ୍ଥା ମାମଧ୍ୟରେ ସଭ୍ୟ ସଂଗ୍ରହ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାର ବିରୋଧରେ ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଜନସାଧାରଣ ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଦଳକୁ ସମର୍ଥନ କରିବେ ଓ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ଶ୍ରୀ ବାବୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe