କଂଗ୍ରେସର ସଙ୍ଗଠନ ସୃଜନ ଅଭିଯାନ ପ୍ରକ୍ରିୟା ଆରମ୍ଭ: ଓଡ଼ିଶାରେ ପହଞ୍ଚିଲେ ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

"ସଙ୍ଗଠନ ସୃଜନ ଅଭିଯାନ" ରେ ରାଜ୍ୟରେ ସମସ୍ତ ସାଙ୍ଗଠନିକ ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ନିଯୁକ୍ତ ଦୁଇଜଣ ପର୍ଯ୍ୟବେକ୍ଷକ ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି...

Congress's organisation building campaign process begins: 2 central observers arrive in Odisha

Congress's organisation building campaign process begins: 2 central observers arrive in Odisha

ଭୁବନେଶ୍ୱର:"ସଙ୍ଗଠନ ସୃଜନ ଅଭିଯାନ" ରେ ରାଜ୍ୟରେ ସମସ୍ତ ସାଙ୍ଗଠନିକ ଜିଲ୍ଲା କଂଗ୍ରେସ ସଭାପତି ଚୟନ ନେଇ  ଏଆଇସିସି ପକ୍ଷରୁ ନିଯୁକ୍ତ ଦୁଇଜଣ ପର୍ଯ୍ୟବେକ୍ଷକ ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବାଲେଶ୍ଵରକେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନ ନେଇ  ଏଆଇସିସି ପର୍ଯ୍ୟବେକ୍ଷକ ଯଥାକ୍ରମେ ସାଂସଦ ଶ୍ରେୟାଶ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ୍  ଆଜି ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି।

 
ସେମାନଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଉଛ୍ୱସିତ ସ୍ବାଗତ ଜଣାଇବା ସହ ଉକ୍ତ ଜିଲ୍ଲାରେ କିପରି ସଭାପତି ଚୟନ ପ୍ରକ୍ରିୟା ସୁରୁଖୁରୁରେ ହୋଇପାରିବ ସେଥିନେଇ ନିଯୁକ୍ତ ପିସିସି ପର୍ଯ୍ୟବେକ୍ଷକ ମାନେ ଦୃଷ୍ଟି ଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି।

ଆସନ୍ତା କାଲିଠାରୁ ସେମାନେ ସଂପୃକ୍ତ ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରର କଂଗ୍ରେସ କର୍ମୀଙ୍କଠୁଁ ଆରମ୍ଭ କରି ବରିଷ୍ଠ ନେତୃବୃନ୍ଦ ଏବଂ  ବିଭିନ୍ନ ଜିଲ୍ଲା ପଦାଧିକାରୀଙ୍କ ସହ ତୃଣମୂଳ ସଂଗଠକକୁ ନେଇ ଆଲୋଚନା କରିବେ। ଜିଲ୍ଲା ସଭାପତି ଚୟନ ନେଇ ଏସଟି, ଏସସି, ଓବିସି, ମହିଳା, ଯୁବ ଏହିପରି ସମସ୍ତ ବର୍ଗରୁ ୬ ଜଣଙ୍କ ନାମ ଯେପରି ରହିବ ସେମାନେ ସ୍ଵତନ୍ତ୍ର ଦୃଷ୍ଟି ଦେବେ ଏବଂ ସୁପାରିଶ କରିବେ। ଏଆଇସିସି ପର୍ଯ୍ୟବେକ୍ଷକଙ୍କ ଦ୍ଵାରା ଏକ ଗ୍ରାଉଣ୍ଡ ରିପୋର୍ଟ ଏଆଇସିସିରେ ଦାଖଲ କରାଯିବା ପରେ ଜିଲ୍ଲା ୱାରି ଜଣଙ୍କୁ ଦିଶିଶି ସଭାପତି ଭାବେ ଚୟନ କରାଯିବ। ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖ ମଧ୍ୟରେ ସରିବ ବୋଲି ପିସିସି ସଭାପତି ସୂଚନା ପ୍ରଦାନ କରିଛନ୍ତି।

ଆସନ୍ତା କାଲି ମଧ୍ୟ ଆଉ କିଛି ଜଣ ପର୍ଯ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ବୋଲି ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ପ୍ରଦାନ କରାଯାଇଛି।

 congress | Odisha

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe