ଆଜି କଂଗ୍ରେସର ସଂକଳ୍ପ ପଦଯାତ୍ରା: ପଦଯାତ୍ରା ପାଇଁ ମିଡିଆ କମିଟି ଗଠନ

ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନରେ ଆସନ୍ତାକାଲି କଂଗ୍ରେସର ଭୁବନେଶ୍ବରରୁ ପୁରୀ ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହେବ। ସକାଳେ ବିମାନବନ୍ଦରରୁ ଯାତ୍ରା ଆରମ୍ଭ ହୋଇ ଶିଶୁ ଭବନ, ରାଜମହଲ, କଳ୍ପନା, ରବି ଟକିଜ୍‌ ଦେଇ ଲିଙ୍ଗିପୁରରେ ଅଟକିବ।

congress1

ଭୁବନେଶ୍ବର: ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ବାନରେ ଆସନ୍ତାକାଲି କଂଗ୍ରେସର ଭୁବନେଶ୍ବରରୁ ପୁରୀ ସଂକଳ୍ପ ପଦଯାତ୍ରା ଅନୁଷ୍ଠିତ ହେବ। ସକାଳେ ବିମାନବନ୍ଦରରୁ ଯାତ୍ରା ଆରମ୍ଭ ହୋଇ ଶିଶୁ ଭବନ, ରାଜମହଲ, କଳ୍ପନା, ରବି ଟକିଜ୍‌ ଦେଇ ଲିଙ୍ଗିପୁରରେ ଅଟକିବ। ସେଠାରେ ମଧ୍ୟାହ୍ନଭୋଜନ ସାରି ପଦଯାତ୍ରା ଆରମ୍ଭ ହୋଇ ପିପିଲିରେ ରାତ୍ରୀଯାପନ କରିବେ। ୨୦ତାରିଖରେ ଅପରାହ୍‌ଣରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ ପିସିସି ସଭାପତି ସୂଚନା ଦେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। 

ସଂକଳ୍ପ ପଦଯାତ୍ରାର ସମସ୍ତ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ବହୁଳ ପ୍ରଚାର ଓ ପ୍ରସାର କରିବା ପାଇଁ କଂଗ୍ରେସ ପକ୍ଷରୁ ଏକ ମିଡିଆ କମିଟି ଗଠନ କରାଯାଇଛି। ସଂକଳ୍ପ ପଦଯାତ୍ରା ପାଇଁ ଗଠିତ କମିଟିର ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଏହି କମିଟିର ନାମ ଘୋଷଣା କରିଛନ୍ତି। ଏଥିରେ ମନୋରଂଜନ ଦାଶ, ପଦ୍ମାକର ଗୁରୁ, ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ଜୟଶ୍ରୀ ପାତ୍ର, ସୋନାଲି ସାହୁ, ମନିଶା ଦାସପଟ୍ଟନାୟକ ରହିଛନ୍ତି। ସେହିପରି ଗଣମାଧ୍ୟମର ସଂଯୋଜକ ଭାବେ ଦୀପକ ମହାପାତ୍ର ଓ ରାଜ୍ୟ ସାମାଜିକ ଗଣମାଧ୍ୟମ ଦାୟିତ୍ବରେ ଅମୀୟ ପାଣ୍ଡବ ରହିଛନ୍ତି। ଏହା ପୂର୍ବରୁ ପଦଯାତ୍ରା ପାଇଁ ଦଳ ପକ୍ଷରୁ ଜିଲ୍ଲାୱାରୀ ଦାୟିତ୍ବ ବଣ୍ଟନ କରାଯାଇଛି। ଏହାସହ ପଦଯାତ୍ରାକୁ ସଫଳ କରିବା ଲାଗି କଂଗ୍ରେସର ବିଭିନ୍ନ ନେତୃବର୍ଗଙ୍କୁ ବିଭିନ୍ନ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe