Congress's Vote Thief: ସରିଲା କଂଗ୍ରେସର ‘ଭୋଟ ଚୋର ଗାଦି ଛାଡ଼’ ଦସ୍ତଖତ ଅଭିଯାନ: ସଂଗ୍ରହ ହେଲା ୧୨ଲକ୍ଷ ଦସ୍ତଖତ, ଏଆଇସିସିକୁ ପଠାଯିବ

ରାଜ୍ୟ କଂଗ୍ରେସ ପକ୍ଷରୁ ଚାଲିଥିବା ‘ଭୋଟ ଚୋର ଗାଦି ଛାଡ଼’ ଦସ୍ତଖତ ଅଭିଯାନ ଶେଷ ହୋଇଛି। ରାଜ୍ୟରେ ୧୨ଲକ୍ଷ ୫୩୭ଟି ଦସ୍ତଖତ ସଂଗ୍ରହ କରାଯାଇଛି। ଏହି ଦସ୍ତଖତକୁ ଏଆଇସିସିକୁ ପଠାଯିବ।

sfhfhfxvb

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପକ୍ଷରୁ ଚାଲିଥିବା ‘ଭୋଟ ଚୋର ଗାଦି ଛାଡ଼’ ଦସ୍ତଖତ ଅଭିଯାନ ଶେଷ ହୋଇଛି। ରାଜ୍ୟରେ ୧୨ଲକ୍ଷ ୫୩୭ଟି ଦସ୍ତଖତ ସଂଗ୍ରହ କରାଯାଇଛି। ଏହି ଦସ୍ତଖତକୁ ଏଆଇସିସିକୁ ପଠାଯିବ। ଏଥିପାଇଁ ଆଜି କଂଗ୍ରେସ ଭବନରେ ଦସ୍ତଖତ ଅଭିଯାନର ନଥିପତ୍ର ‘ଫ୍ଲାଗ ଅଫ୍‌’ ଓ ଏକ ନାଗରିକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପିସିସି ୱାର୍‌ରୁମ୍‌ ଅଧ୍ୟକ୍ଷ ମନୋରଂଜନ ଦାଶଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ଶରତ କୁମାର ରାଉତ, ସମୀର କୁମାର ରାଉତରାୟ, ନଗେନ୍ଦ୍ର ପ୍ରଧାନ, ଶିବାନନ୍ଦ ରାୟ, ସୁଜିତ ପାଢ଼ୀ, ଶୁଭେନ୍ଦୁ ମହାନ୍ତି  ପ୍ରମୁଖ ଯୋଗଦେଇ ଭୋଟ ଚୋରି ଉପରେ ନିଜର ମତ ରଖିଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ଗିରିବାଳା ବେହେରା, ଦେବ ପ୍ରସାଦ ନାୟକ, ଶାନ୍ତନୁ ସାହୁ, ତରୁଣ ମିଶ୍ର, ଦୀପକ ମହାପାତ୍ର, ଜୟଶ୍ରୀ ପଟ୍ଟନାୟକ, ଅଶୋକ ଦାସ, ଜିତେନ୍ଦ୍ର ବିଶ୍ୱାଳ, ଆଲୋକ ମହାନ୍ତି, ପ୍ରଶାନ୍ତ ଚମ୍ପତ୍ତି, ସତ୍ୟବ୍ରତ ନାୟକ, ବିଭୁ ପ୍ରସାଦ ମିଶ୍ର, ସନ୍ତୋଷ ପ୍ରଧାନ, ଜୟକୃଷ୍ଣ ସୁବୁଦ୍ଧି, ଦେବୀ ପ୍ରସାଦ ନାୟକ, ସେକ ତକ୍ୱିମ ଅହମଦ, ମିହିର ଆଚାର୍ଯ୍ୟ, ମୋଟରାଜ ଡୁଙ୍ଗଡୁଙ୍ଗ, ପ୍ରଶାନ୍ତ ଚମ୍ପତ୍ତି, ଜୟକୃଷ୍ଣ ମଲ୍ଲିଆ, ଦୀପକ ସାହୁ, ଚାଲୁ ମଙ୍ଗରାଜ, ଜମ୍ବେଶ୍ୱର ମଲ୍ଲିକ, ପ୍ରଭାତ ପ୍ରତାପ ସିଂ, ମନୋରଞ୍ଜନ ରାଉତରାୟ,  ବସନ୍ତ ପଣ୍ଡା, ବଳଦେବ ରଥ, ରଞ୍ଜନ ଭୋଇ, କାହ୍ନା ରାଉତ ଯୋଗ ଦେଇଥିଲେ। ଯୁବ କଂଗ୍ରେସ ନେତା ସୂର୍ଯ୍ୟକାନ୍ତ ଜେନା ଧନ୍ୟବାଦ ଦେଇଥିଲେ। ସେବା ଦଳ, ମହିଳା, ଯୁବ ଓ ଛାତ୍ର କଂଗ୍ରେସର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ। 

ଉଲ୍ଲେଖ ଯେ ରାହୁଲ ଗାନ୍ଧୀ ଗତ ଅଗଷ୍ଟ ମାସରେ ଏକ ସାମ୍ବାଦିକ ସମ୍ମିଳନୀରେ ‘ଭୋଟ ଚୋରି’ ଅଭିଯୋଗ ଆଣିଥିଲେ। ପରବର୍ତ୍ତୀ ସମୟରେ ଭୋଟ ଚୋରି ପ୍ରସଙ୍ଗରେ କଂଗ୍ରେସର ୩୫ଟି ସାଙ୍ଗଠନିକ ଜିଲ୍ଲା ଓ ରାଜ୍ୟ ସ୍ତରରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଜନଜାଗରଣ ସୃଷ୍ଠି କରିବା ନିମନ୍ତେ ଏଆଇସିସି ପକ୍ଷରୁ ‘ଭୋଟ ଚୋର ଗାଦି ଛାଡ଼’ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଦେଶବ୍ୟାପୀ ୫ କୋଟି ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯିବାର ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe