Techdhoom.in
ଭୁବନେଶ୍ବର : ରାଜ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍କୁ)ରେ ବଡ଼ ଖବରର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାଶଙ୍କ ବିରୋଧରେ ଯେଉଁ ମାମଲା ରୁଜୁ ହୋଇଛି ସେସଂପର୍କରେ ମୁହଁ ଖୋଲିଛନ୍ତି ଶ୍ରୀ ଦାଶ।
ସେ କହିଛନ୍ତି ଯେ ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଏକ ବିବୃତି ଦେଇ ସେ କହିଛନ୍ତି, ଚାନେଲ ଆରମ୍ଭ ବେଳେ ଦିଲ୍ଲୀର ସଲ୍ୟୁସନ ବ୍ରଡକାଷ୍ଟର ପ୍ରୋପାଇଟର ଗଗନଦୀପ ସିଂ ସବୁ ସାମଗ୍ରୀ କୋରିୟରରେ ଦିଲ୍ଲୀରୁ ପଠାଇଥିଲେ। କିନ୍ତୁ ଅନେକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପ୍ରସାରଣ ସମ୍ଭବ ହୋଇପାରିନଥିଲା। ଗଗନଦୀପ ନିଜେ ସ୍ୱୀକାର କରିଥିଲେ ଯେ ଏଗୁଡିକ ପୁରୁଣା ଓ ଖରାପ କ୍ୱାଲିଟିର। ଏହା ସ୍ୱୀକାର କରି ଏକ କୋଟି ୨୦ ଲକ୍ଷ ଟଙ୍କା ବଦଳରେ ସେ ୭୦ ଲକ୍ଷ ଟଙ୍କାର ସାନି ବିଲ ଦେଇଥିଲେ। ତେବେ ଏହି ରେଟରେ ଆମେ ସନ୍ତୁଷ୍ଟ ହେଲୁନାହିଁ । ଉଭୟ ପକ୍ଷରୁ ନିରପେକ୍ଷ ଲୋକଙ୍କୁ ଡାକି ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦାବିକଲୁ। ଏହା ମଧ୍ୟରେ ସେ ବହୁତ ଦାମୀ ହାର୍ଡଓ୍ବାର ଓ ସଫ୍ଟଓ୍ବାର ଫେରସ୍ତ ନେଇଗଲେ। ଫେରସ୍ତ ନେଇଥିବା ଜିନିଷର ରସିଦ ମଧ୍ୟ ଆମକୁ ଦେଇଛନ୍ତି। ଆମ ଅଫିସରେ ତାଙ୍କର ଆଉ ବେଶି କିଛି ସାମଗ୍ରୀ ନାହିଁ ।
ସେ ହିସାବ ନ କରି ଓଲଟା ଇଓଡବ୍ଲ୍ରୁ ରେ ଏତଲା ଦେବା ପଛରେ ଆମକୁ କାହାର ଗୋଟେ ଷଡ଼ଯନ୍ତ୍ର ଥିବା ଭଳି ମନେ ହେଉଛି। ଇଓଡବ୍କୁ ମଧ୍ୟ ବିନା ତଦନ୍ତରେ ଯେଉଁଭଳି ଏକତରଫା ଭାବେ ଆମ ବିରୋଧରେ ମାମଲା ରୁଜୁ କରିଛି ତାହା ଆଶ୍ଚର୍ୟ୍ୟଜନକ। ଆମେ କାହାକୁ ଠକି ନାହୁଁ କିମ୍ବା ଠକିବାର ମଧ୍ୟ ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।
Follow Us