‘ନବଙ୍କ ହତ୍ୟା ପଛରେ ଷଡ଼୍‌ଯନ୍ତ୍ର’, ଅଭିଯୋଗ ଆଣିଲେ ‌କାକା ଶେଷଦେବ

Advertisment
ମନ୍ତ୍ରୀ ନବ ଦାସ ହତ୍ୟା ତଦନ୍ତ: ପ୍ରଶ୍ନ ଉଠାଇଲା ବିଜେପି

ସମ୍ବଲପୁର : ନବ ଦାସଙ୍କ ହତ୍ୟା ପଛରେ ସୁଚିନ୍ତିତ ଷଡ଼୍‌ଯନ୍ତ୍ର ରହିଛି। ଶୀର୍ଷସ୍ତରରୁ ଏହି ଷଡ଼୍‌ଯନ୍ତ୍ର ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ନବ ଦାସଙ୍କ କାକା (ପିତାଙ୍କ ସାନଭାଇ) ଶେଷଦେବ ଦାସ। ଗଣମାଧ୍ୟମକୁ ଶ୍ରୀ ଦାସ କହିଲେ, ନବ ମୋ’ ପାଇଁ ପୁଅଠୁ ବଳି ଥିଲା। ପିଲାଟିବେଳୁ ସେ ସବୁବେଳେ ମୋ’ ସହ ଅତି ଘନିଷ୍ଠ ଥିଲା। ଶେଷଥର ପାଇଁ ଗତ ୨୪ ତାରିଖ ଦିନ ସମ୍ବଲପୁରରେ ଦେଖା ହୋଇଥିଲା। ହେଲେ ଫୋନ୍‌ରେ ସବୁବେଳେ କଥାବାର୍ତ୍ତା ହୁଏ। ତା’ର ଏଭଳି ଅକାଳ ମୃତ୍ୟୁରେ ପୂରା ପରିବାର ଭାଙ୍ଗି ପଡ଼ିଛି। ଛୋଟବେଳୁ ଆଜି ପର୍ଯ୍ୟନ୍ତ ସବୁକଥା ମନେ ପଡ଼ିଯାଉଛି ବୋଲି ଶ୍ରୀ ଦାସ କ୍ୟାମେରା ସାମ୍‌ନାରେ କାନ୍ଦିକାନ୍ଦି କହିଥିଲେ।

ଶ୍ରୀ ଦାସ କହିଥିଲେ ଯେ ନବର ବ୍ୟାବସାୟିକ ବିରୋଧ କିଛି ନଥିଲା। ହତ୍ୟାର ଉଦ୍ଦେଶ୍ୟ ଜଣା ପଡ଼ୁନାହିଁ। ହେଲେ ହତ୍ୟା ଷଡ଼ଯନ୍ତ୍ର ନିଶ୍ଚିତଭାବେ ଶୀର୍ଷସ୍ତରରୁ କରାଯାଇଛି। ପୁଲିସ୍‌ବାଲେ ତାକୁ ହତ୍ୟା କରିଛନ୍ତି। ସେଥିପାଇଁ ହତ୍ୟାକାରୀର ମୁଣ୍ଡ ଦୋଷ ଅଛି ବୋଲି ପ୍ରଚାର କରି ଘଟଣାର ମୋଡ଼ ବଦଳାଇବା ପ୍ରୟାସ କରା ଯାଉଥିବା ଶ୍ରୀ ଦାସ ଅଭିଯୋଗ କରିଥିଲେ। ନବଙ୍କ ଆଧ୍ୟାତ୍ମିକ ଭାବ ସଂପର୍କରେ ଶ୍ରୀ ଦାସ କହିଲେ, ସେ ବହୁତ ପୂଜାପାଠ କରେ। ‌ଏତେ ପୂଜାବିଧି ଜାଣେ ଯେ ତାକୁ ପୁରୋହିତ ବି ପାରିବେ ନାହିଁ। ଶନିବାର ଦିନ ଶନି ସିଗ୍‌ନାପୁର ଯାଇଥିଲା। ପୂଜା କରି ଆସିଲା। ଆଉ ରବିବାର ଦିନଟାରେ ଏଭଳି ଘଟଣା ଘଟିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe