ଚର୍ଚ୍ଚ ଜମି ଜବରଦଖଲ କରି ବିକ୍ରି ପାଇଁ ଷଡ଼ଯନ୍ତ୍ର

ଚର୍ଚ୍ଚ ଜମି ଜବରଦଖଲ କରି ବିକ୍ରି ପାଇଁ ଷଡ଼ଯନ୍ତ୍ର

Housing

ପାରଳାଖେମୁଣ୍ଡି : ପାରଳାର କେନ୍ଦ୍ରସ୍ଥଳରେ ଥିବା ପୁରାତନ ଓଏସ୍‌ଆରଟିସି ଜୋନ୍‌ର ପ୍ରାୟ ୨ ଏକରରୁ ଉର୍ଦ୍ଧ୍ବ ସ୍ଥାନକୁ ନିର୍ଦ୍ଦିଷ୍ଟ ଭାବେ କିଛି ଜମି ବ୍ୟବସାୟୀ ଜବରଦଖଲ କରିବା ପାଇଁ ପ୍ରୟାସ କରୁଛନ୍ତି ବୋଲି ପାରଳାଖେମୁଣ୍ଡି ବାପ୍ଟିଷ୍ଟ ଚର୍ଚ୍ଚ ଦାୟିତ୍ବରେ ଥିବା ଡ. ପ୍ରଦୀପ କୁମାର ଅଭିଯୋଗ ଆଣିଛନ୍ତି । ସ୍ଥାନଟି ବିଗତ ୧୦୦ ବର୍ଷ ହେଲା ଆନ୍ଧ୍ରପ୍ରଦେଶର ଏକ ପ୍ରତିଷ୍ଠିତ ଖ୍ରୀଷ୍ଟିଆନ ସଂଗଠନ କନଭେଣ୍ଟସ୍ ଅଫ ବାପ୍ଟିଷ୍ଟ ଚର୍ଚ୍ଚସ୍ ଅଫ ନର୍ଦେନ୍ ସର୍କଲ, କାକିନାଡ଼ା , ଇଷ୍ଟ ଗୋଦାବରୀ ଜିଲ୍ଲା ଦଖଲରେ ରହିଛି। ୧୯୮୦ ମସିହାରୁ ସେଇ ଖାଲି ସ୍ଥାନରେ ସେମାନଙ୍କ ଅନୁମତି ନେଇ ରାଜ୍ୟ ପରିବହନ ବିଭାଗର ଜୋନାଲ କାର୍ଯ୍ୟାଳୟ ଚାଲିଥିଲା। ପରବର୍ତ୍ତୀ ସମୟରେ ଏଠାରେ ପୁଲିସ ବିଭାଗର ଅସ୍ଥାୟୀ କାର୍ଯ୍ୟାଳୟ ମଧ୍ୟ କିଛି ବର୍ଷ ଚାଲିଲା। ବର୍ତ୍ତମାନ ସେଇ ଖାଲି ସ୍ଥାନଟିକୁ ଦଖଲ କରିବା ଉଦ୍ଦେଶ୍ୟରେ ଆନ୍ଧ୍ରପ୍ରଦେଶର କିଛି ଜମି ବ୍ୟବସାୟୀ ଏବଂ ପାରଳାର କିଛି ପ୍ରଭାବଶାଳୀ ରାଜନେତା ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଏହାକୁ ପଞ୍ଜୀକରଣ କରିବା ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି।

ଡ. ପ୍ରଦୀପଙ୍କ କହିବା ଅନୁସାରେ ଦଶ କୋଟି ଟଙ୍କାର କାରବାର ପାଇଁ ଏହି ଜମି ବ୍ୟବସାୟୀମାନେ ଯୋଜନା କରିଥିଲେ। ସେଠାରେ ଆନ୍ଧ୍ରପ୍ରଦେଶ ଅମରାବତୀ ସ୍ଥିତ ଉଚ୍ଚ ନ୍ୟାୟାଳୟରେ କେସ ନମ୍ବର ୬୩୧/୨୦୨୧, ୪୦୮୦, ୧୦୫୨୨/୨୦୧୬, ୧୩୫୩୯/୨୦୧୪, ୬୩୯୮/୨୦୧୭ ଏବଂ ୨୦୨୦୪/୨୦୧୮ର ରହିତାଦେଶକୁ ଆଧାର କରି ସେପ୍ଟେମ୍ବର ୧୭ ତାରିଖରେ ଡବ୍ଲୁପି ନମ୍ବର ୨୧୦୦୫/୨୦୨୦ ରାୟ ପ୍ରକାଶ ପାଇଛି। ଚର୍ଚ୍ଚ ଅଧୀନରେ ଥିବା ପାରଳାଖେମୁଣ୍ଡିର ଏହି ସ୍ଥାନ ତୃତୀୟ ବ୍ୟକ୍ତି ହାତକୁ ଯାଇ ପାରିବ ନାହିଁ ବୋଲି ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛି।    ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଓ ଡିଭିଏସ୍‌ଏସ୍‌ ସମାୟା ଜୁଲୁଙ୍କ ରାୟ ସତ୍ତ୍ବେ ଏହି ଜମିକୁ ପଞ୍ଜୀକରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଉପରେ ଚାପ ପକାଯାଉଥିବା ବିଷୟରେ ମଧ୍ୟ ଡ. ପ୍ରଦୀପ ଅଭିଯୋଗ ଆଣିଛନ୍ତି। ଏଭଳି ଜମି ଦଖଲ ଯୋଜନାକୁ ଅନୁଷ୍ଠାନ ଦୃଢ଼ତାର ସହ ବିରୋଧ କରିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe