ଘରୋଇ ଅନୁଷ୍ଠାନକୁ ପ୍ରଶାସନର ଅନୁକମ୍ପା! ଗୋଚର ଜମିକୁ ଇଡକୋକୁ ଦେବାକୁ ଚକ୍ରାନ୍ତ, ଗ୍ରାମବାସୀଙ୍କ ବିରୋଧ, ଆନ୍ଦୋଳନ ଚେତାବନୀ

Advertisment
ଘରୋଇ ଅନୁଷ୍ଠାନକୁ ପ୍ରଶାସନର ଅନୁକମ୍ପା! ଗୋଚର ଜମିକୁ ଇଡକୋକୁ ଦେବାକୁ ଚକ୍ରାନ୍ତ, ଗ୍ରାମବାସୀଙ୍କ ବିରୋଧ, ଆନ୍ଦୋଳନ ଚେତାବନୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ତହସିଲ ଗଂଜୁଗୁଡା ପଞ୍ଚାୟତ ବଇଡା ମୌଜାରେ ଗୋଚର ଜମିକୁ ଅଗୋଚରରେ ପରିଣତ କରି କୋର୍ଟ ନିର୍ମାଣ ହେବା ପ୍ରସ୍ତାବ ଥିଲା। ହେଲେ ଆବଶ୍ୟକ ସୁବିଧା ନ ହେବାରୁ ସେଠାରେ କୋର୍ଟ ନିର୍ମାଣ ହେବା ସମ୍ଭବ ହେଲା ନାହିଁ। ଏବେ ସେଠାରେ ଏକ ଘରୋଇ ଅନୁଷ୍ଠାନ ସ୍କୁଲ ଖୋଲିବାକୁ ଯୋଜନା ରଖିଛି। ସେଥି ନିମନ୍ତେ ପ୍ରଶାସନ ସଂପୃକ୍ତ ଅନୁଷ୍ଠାନକୁ ଅନୁକମ୍ପା ଦେଇ ସେହି ଜାଗାକୁ ଦେବାକୁ ଯୋଜନା ଚଳାଇଛି। ଏହା ଜଣା ପଡିବା ପରେ ବଇଡା ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏଥିରୁ ପ୍ରଶାସନ ବିରତି ନ ରହିଲେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ବଇଡା ମୌଜା ଖାତା ନଂ ୧୦୩(ରକ୍ଷିତ),ପ୍ଲଟ ନଂ ୫୧ କିସମ ଗୋଚର ଜମି ଗାଈ,ଛେଳି ଓ ମେଣ୍ଢାଙ୍କ ଚରାଭୂଇଁ ଭାବେ ବ୍ୟବହାର ହୋଇ ଆସୁଛି। ଏଥିସହ ଗ୍ରାମବାସୀ ବି ସେହି ଜାଗାରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରି ଆସୁଛନ୍ତି। ସଂପ୍ରତି ସେହି ଗୋଚର ଜମିକୁ ଅଗୋଚର କିସମରେ ପରିଣତ କରି ତାକୁ ଇଡକୋକୁ ହସ୍ତାନ୍ତର କରିବାକୁ ଯୋଜନା ଆରମ୍ଭ ହୋଇଛି। ରାଜ୍ୟ ସରକାର ସେହି ଜମିକୁ ଇଡକୋକୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି। ତେଣୁ କାହାର କିଛି ଅଭିଯୋଗ ଅଛି କି? ଏ ନେଇ ଫୁଲବାଣୀ ତହସିଲ ପକ୍ଷରୁ ଗତ ଗତ ମାସ ୮ ତାରିଖରେ ନୋଟିସ କରାଯାଇଛି। ନୋଟିସ ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ମତେ ସେହି ଜାଗାକୁ ଇଡକୋକୁ ଦିଆଯାଇ ପାରିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ଆଜି ଗଣପତି କହଁର, ଉମାଚରଣ କହଁର, ବିଶ୍ବାମିତ୍ର ଦିଗାଲ,ଗୋଲକ ବିହାରୀ କହଁ, ଚକ୍ରମଣି କହଁର, କବିଚରଣ ଦିଗାଲ ପ୍ରମୁଖଙ୍କ ନେତୃତ୍ବରେ ଗ୍ରାମବାସୀ ତହସିଲଦାର, ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ସେହି ଗୋଚର ଜାଗାକୁ କସ୍ମିନ କାଳେ କାହାକୁ ଦିଆଯାଇ ପାରିବ ନାହିଁ। ଯଦି ନେବାକୁ ଚେଷ୍ଟା କରାଯାଏ ତାହା ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ସେମାନେ ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଏ ନେଇ ଫୁଲବାଣୀ ତହସିଲଦାର ଦୀନମଣି ନାୟକ କହନ୍ତି ଇଡକୋଜୁ ଜମି ହସ୍ତାନ୍ତର କରିବା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶମତେ କାହାର କିଛି ଆପତ୍ତି ଅଭିଯୋଗ ଅଛି କି ନେଇ ନୋଟିସ କରାଯାଇଛି ବୋଲି କହିଛନ୍ତି। ଗୋଚର ଜମିକୁ ଅଗୋଚର କିସମରେ ପରିଣତ କରି ଇଡକୋକୁ ଦେବାକୁ ଉଦ୍ୟମକୁ ବିଭିନ୍ନ ମହଲରେ ନାସପନ୍ଦ କରାଯାଇଛି। ଏହାକୁ ନେଇ ଆଗାମୀ ଦିନରେ ବିରୋଧ ତୀବ୍ର ହେବାର ଆଶଙ୍କା ଦେଖା ଦେଇଥିବାରୁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାକୁ ଅପେକ୍ଷା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe