୬ ବର୍ଷ ଝିଅକୁ ଛାଡ଼ି କରୋନା ଯୁଦ୍ଧରେ କନେଷ୍ଟବଳ ଦମ୍ପତି, ଧନ୍ୟବାଦ ଜଣାଇଲେ ଏସ୍‌ପି

୬ ବର୍ଷ ଝିଅକୁ ଛାଡ଼ି କରୋନା ଯୁଦ୍ଧରେ କନେଷ୍ଟବଳ ଦମ୍ପତି, ଧନ୍ୟବାଦ ଜଣାଇଲେ ଏସ୍‌ପି

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଟାଉନ୍ ଥାନାରେ ଥିବା ମହିଳା କନେଷ୍ଟବଳ ରଶ୍ମିତା ନାୟକ ୬ ବର୍ଷର ଝିଅକୁ ଘରେ ଛାଡ଼ି କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଏପରିକି ତାଙ୍କ ସ୍ବାମୀ ଶେଷଦେବ ବିଶି ମଧ୍ୟ ନୂଆପଡ଼ା ରିଜର୍ଭ ପୁଲିସରେ କନେଷ୍ଟବଳ ଅଛନ୍ତି। ଏହି ଦମ୍ପତି ନିସ୍ବାର୍ଥପର ଭାବେ କର୍ତ୍ତବ୍ୟ ଜାରି ରଖି ଥିବାରୁ ନୂଆପଡ଼ା ଏସ୍‌ପି ସେମାନଙ୍କୁ ଟ୍ବଇିଟର ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ଏପରିକି ଏହି ଦମ୍ପତି ଦିନରାତି ଲୋକଙ୍କ ସେବାରେ ସାମିଲ ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।

ରଶ୍ମିତାଙ୍କ କହିବା କଥା ଯେ, ହଠାତ୍‌ ଲକ୍‌ଡାଉନ ହୋଇ ଯିବାରୁ ଘରୁ କେହି ଏଠାକୁ ଆସିପାରିଲେ ନାହିଁ। ଘରେ ୬ ବର୍ଷର ଛୋଟ ଝିଅ ଥିବାବେଳେ ତାକୁ ଏକାକୀ ଛାଡ଼ି କାର୍ଯ୍ୟରେ ଦେବା କଷ୍ଟକର ହୋଇ ପଡ଼ିଥିଲା। ଏହାଛଡ଼ା ମୋର ସ୍ବାମୀ ମଧ୍ୟ ନୂଆପଡ଼ା ରିଜର୍ଭ ପୁଲିସରେ କାର୍ଯ୍ୟରତ। ତଥାପି ଝିଅକୁ ଘରେ ଛାଡ଼ି କରୋନା ବିପକ୍ଷରେ ଲଢ଼େଇ କରିବା ପାଇଁ ଆଗେଇ ଆସିଛୁ। ଏପରି ଘଡ଼ିସଦ୍ଧି ମୁହୂର୍ତ୍ତରେ ଛୁଟି ନେଇ ଘରେ ବସି ରହିବାକୁ ଉଚିତ ମନେ କଲୁନି। ଘରେ ଝିଅ ରହୁଥିବାରୁ ଭୟ ଥିଲେ ମଧ୍ୟ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛୁ। ନୂଆପଡ଼ା ଥାନା ଅଧିକାରୀଙ୍କୁ କହି ମୁଁ ମୋର ବର୍ତ୍ତବ୍ୟ ସମ୍ପାଦନ କରୁଛି। ଏହା ଜାଣିବା ପରେ ମଙ୍ଗଳବାର ନୂଆପଡ଼ା ଏସପି ବିନୀତ ଅଗ୍ରୱାଲ ଟ୍ବିଟ କରି ଏହି କନେଷ୍ଟବଳ ଦମ୍ପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୂଆପଡ଼ା ଟାଉନ୍ ଥାନା ଅଧିକାରୀ ଆଦିତ୍ୟ ମହାକୁଡ଼ ମଧ୍ୟ ‌ସେମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,ରଶ୍ମିତା ଯେଉଁ ସାହସର ପରିଚୟ ଦେଇଛନ୍ତି ତାହା ଆମ ଥାନା ପାଇଁ ଗର୍ବ ଓ ଗୌରବର କଥା। କରୋନା ଭୂତାଣୁକୁ ଖାତିର ନକରି ନିଜ ୬ ବର୍ଷର ଝିଅକୁ ଛାଡି କାର୍ଯ୍ୟରେ ଯୋଗଦେବା ବହୁତ କମ୍‌ ଦେଖିବାକୁ ମିଳେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe