ବଦଳି ପ୍ରତିବାଦରେ ଥାନାରେ ହଙ୍ଗାମା କଲେ କନେଷ୍ଟବଳ

Advertisment
ବଦଳି ପ୍ରତିବାଦରେ ଥାନାରେ ହଙ୍ଗାମା କଲେ କନେଷ୍ଟବଳ

ବିଂଝାରପୁର : ବିଂଝାରପୁର ଥାନା ପରିସରରେ ଗୁରୁବାର ଦିନ ଜଣେ କନେଷ୍ଟବଳ ଉନ୍ମତ୍ତ କାଣ୍ଡ ଭିଆଇବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରକାଶ ଯେ, ବିଂଝାରପୁର ଥାନାର କନେଷ୍ଟବଳ ଯଯାତି କେଶରୀ ମଲିକ, ପୂର୍ଣ୍ଣଚନ୍ଦ୍ର ସାହୁ, ଦିବାକର ତରାଇ, ଜୟନ୍ତ କୁମାର ଦାସଙ୍କର ୨ ଦିନ ପୂର୍ବରୁ ଅନ୍ୟତ୍ର ବଦଳି ହୋଇଥିବା ନିର୍ଦେଶନାମା ପ୍ରକାଶ ପାଇଛି। ଏହି ବଦଳିକୁ କେନ୍ଦ୍ରକରି ଗୁରୁବାର ସନ୍ଧ୍ୟାରେ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ସାହୁ କିଛି ସ୍ଥାନୀୟ ଯୁବକଙ୍କୁ ସାଥୀରେ ନେଇ ଥାନା ପରିସରରେ ହୋହାଲ୍ଲା କରିଥିଲେ। ଥାନା ପରିସରରେ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ଗାଳିଗୁଲଜ କରିଥିଲେ। ଖବରପାଇ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ପହଞ୍ଚି ପଚରାଉଚରା କରିବା ସହ କନେଷ୍ଟବଳ ଶ୍ରୀ ସାହୁଙ୍କୁ ଯାଜପୁର ନେଇଯାଇଥିଲେ। ସମ୍ପୃକ୍ତ କନେଷ୍ଟବଳଙ୍କ ସମେତ ଥାନା ଘେରାଉରେ ସାମିଲ ଥିବା ଅନ୍ୟମାନଙ୍କ ନାମରେ ମାମଲା ରୁଜୁହେବ ବୋଲି ଏସଡିପିଓ ଶ୍ରୀ ଉପାଧ୍ୟାୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe