ଝାଡ଼ାବାନ୍ତି ନେଲା ୪ ଜୀବନ: ଦମ୍ପତିଙ୍କ ମୃତ୍ୟୁ ପରେ ୩ ସନ୍ତାନ ଅନାଥ

Advertisment

ସ୍ଥିତି ଅନୁଧ୍ୟାନ କରୁଛି ରାୟଗଡ଼ା ଡାକ୍ତରୀ ଦଳ

ସ୍ଥିତି ଅନୁଧ୍ୟାନ କରୁଛି ରାୟଗଡ଼ା ଡାକ୍ତରୀ ଦଳ

ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

ରାୟଗଡ଼ା/ଅମ୍ବାଦୋଳା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକରେ ଗାଁରୁ ଗାଁ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି। ଡିମିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭଟାଙ୍ଗପଦର ଗାଁରେ ପ୍ରକୋପ ସାମାନ୍ୟ ଥମିବା ପରେ ବୁଚକାବାଙ୍ଗୁ ଗାଁରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୧୨ଦିନ ମଧ୍ୟରେ ବୁଚକାବାଙ୍ଗୁ ଗାଁର ୪ଜଣ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ କେତେକଙ୍କ ଚିକିତ୍ସା ଜାରି ରହିଥିବା ଖବର ମିଳିଛି।

ଜୁଲାଇ ୨୭ରେ ଦପିଡ଼ି ମାଝୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଗ୍ରାମବାସୀ କହିଛନ୍ତି। ସେହିପରି ୨୮ ତାରିଖରେ ରୁଟା ମାଝୀ ଏବଂ କିସିକିଲି ମାଝୀ ମଧ୍ୟ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିଲେ। ଗତକାଲି ରୁଟା ମାଝୀଙ୍କ ପତ୍ନୀ ପାଡ଼େଲି ମାଝୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାର କିଛି ଘଣ୍ଟା ପରେ ମୃତ୍ୟୁବରଣ କରିଥିଲେ। ଝାଡ଼ାବାନ୍ତି ବ୍ୟାପିବା ଖବର ପାଇ ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍‌ ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ଡେରା ପକାଇଛି। ଘରଘର ବୁଲି ଲୋକଙ୍କୁ ଔଷଧ ବଣ୍ଟନ କରିବା ସହ ସଚେତନ ମଧ୍ୟ କରାଯାଉଛି। ତେବେ ରୁଟା ଓ ପତ୍ନୀ ପାଡ଼େଲିଙ୍କ ମୃତ୍ୟୁ ପରେ ତାଙ୍କ ୩ ସନ୍ତାନ ଅନାଥ ହୋଇଯାଇଛନ୍ତି। ଏପରିକି ଦଂପତିଙ୍କ ୧୨ବର୍ଷର ପୁଅ କ୍ରିଷ୍ଣା ମାଝୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବିଷମକଟକ ଖ୍ରୀଷ୍ଟିଆନ୍‌ ହସ୍‌ପିଟାଲରେ କ୍ରିଷ୍ଣାଙ୍କ ଚିକିତ୍ସା ଚାଲିଛି। ଅନାଥ ଶିଶୁଙ୍କ ସଂପର୍କରେ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ଗାଁରେ ପହଞ୍ଚିଥିଲେ। ଦୁଇ ଶିଶୁଙ୍କୁ ଉଦ୍ଧାର କରି ପ୍ରଶାସନର ହେପାଜତରେ ରଖାଯାଇଛି। ସେହିପରି କ୍ରିଷ୍ଣା ସୁସ୍ଥ ହୋଇ ଫେରିବା ପରେ ପ୍ରଶାସନ ପକ୍ଷରୁ ଥଇଥାନ ବ୍ୟବସ୍ଥା କରାଯିବ।

ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ତତ୍ପର ଓ ସତର୍କ ରହିଥିବା ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାଏ କହିଛନ୍ତି। ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଧିକାରୀ ଡା. ଆଶିଷ କୁମାର ପଣ୍ଡାଙ୍କ ସମେତ ଅମ୍ୱାଦଳାରୁ ଗୋଟିଏ ଡାକ୍ତରୀ ଦଳ ଗାଁରେ ରହି ସେବା ଯୋଗାଇ ଦେଉଛନ୍ତି। କେଉଁ କାରଣରୁ ମୃତ୍ୟୁ ହେଲା ଏଯାଏ ସ୍ପଷ୍ଟ ହୋଇନି। ତଦନ୍ତ ଚାଲିଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ବିଷମକଟକ ବିଧାୟକ ନୀଳମାଧବ ହିକକା ଗାଁକୁ ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ବୁଚକାବାଙ୍ଗୁ ପୂର୍ବରୁ ଭଟାଙ୍ଗପଦର ଗାଁରେ ଝାଡ଼ାବାନ୍ତି ବ୍ୟାପି ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୫ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ସମସ୍ତ ଆକ୍ରାନ୍ତ ଚିକିତ୍ସିତ ହୋଇ ଫେରିବା ପରେ ପାଖ ଗାଁକୁ ଝାଡ଼ାବାନ୍ତି ବ୍ୟାପିବା ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe