କଳିଙ୍ଗ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ

Advertisment

କଳିଙ୍ଗ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ଅଧ୍ୟାପକ ତପନ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବିଧାନର ପ୍ରସ୍ତାବନା ସଂପର୍କରେ ଅଧ୍ୟାପକ ମଦନମୋହନ ବନଛୋର୍ ଯୋଗ ଦେଇଥିଲେ।

IMG-20241126-WA0346

ଘୁ.ଉଦୟଗିରି: ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ଅଧ୍ୟକ୍ଷ ସୁଧାଂଶୁ ଶେଖର ମେହେରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଇଂରାଜୀ ଅଧ୍ୟାପକ ତପନ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବିଧାନର ପ୍ରସ୍ତାବନା ସଂପର୍କରେ ଅଧ୍ୟାପକ ମଦନମୋହନ ବନଛୋର୍, ଏକ ଭାରତ ଏକ ନିର୍ବାଚନ ସଂପର୍କରେ ଅଧ୍ୟାପକ ଡଃ ରାଜେଶ ବାଗ୍, ସବକା ସାଥ୍ ସବକା ବିକାଶ ବିଷୟରେ ଅଧ୍ୟାପକ ମାନସ ରଞ୍ଜନ ରାଉତରାୟ,ଏକ୍ ଭାରତ ସର୍ବଶ୍ରେଷ୍ଠ ଭାରତ ସଂପର୍କରେ ଅଧ୍ୟାପକ ବିନାୟକ ବିଶ୍ୱାଳ ଏବଂ ଆତ୍ମନିର୍ଭର ଭାରତ ସଂପର୍କରେ ଅଧ୍ୟାପକ ରଞ୍ଜିତ କୁମାର ନାୟକ ଆଲୋଚନା କରିଥିବା ବେଳେ, ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ। 

ଅଧ୍ୟାପିକା ଝୁନୁମା ପ୍ରଧାନ, ମାମିନା ଦାସ, ଅଧ୍ୟାପକ ସୈାରଭ ରଞ୍ଜନ ପଧାନ, ରଞ୍ଜିତ କୁମାର ନାୟକ, ମଦନମୋହନ ବନଛୋରଙ୍କ ପରିଚାଳନାରେ ଆୟୋଜିତ ପ୍ରବନ୍ଧ,ତର୍କ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଏବଂ ପୁରସ୍କାର ଅଧ୍ୟକ୍ଷ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପିକା ଝୁନୁମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe