ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳିତ

Advertisment
ଲୋକସେବା ଭବନରେ ଟିକାକରଣ ୧୭ରୁ

Zee News

ଭୁବନେଶ୍ବର : ଆଜି ହେଉଛି ସମ୍ବିଧାନ ଦିବସ। ଏହି ଉପଲକ୍ଷେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ମୁଖବନ୍ଧ ପାଠ କରାଯାଇଥିଲା। ଏଥିରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଯୋଜନା ଓ ସମନ୍ବୟ ବିଭାଗ ଅତିରିକ୍ତ ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା, ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ଶାସନ ସଚିବ ଦିଲ୍ଲୀପ କୁମାର ରାଉତରାଏଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ଯୋଗଦେଇଥିଲେ। ଏହି ଅବସରରେ ଶ୍ରୀ ତ୍ରିପାଠୀ ସମ୍ବିଧାନ ସଭାର ଅଧ୍ୟକ୍ଷ ଡ.ଭୀମରାଓ ଆମ୍ବେଦକର, ଆଲ୍ଲାଦି କ୍ରିଷ୍ଣସ୍ବାମୀ ଆୟାର୍‌, ନରସିଂହ ଆୟାଙ୍ଗାର୍‌, ଗୋପାଳସ୍ବାମୀ, କେ.ଏମ୍‌ ମୁନସୀ, ମହମ୍ମଦ ସାଦୁଲ୍ଲା, ବି.ଏଲ୍‌ ମିଟ୍ଟେର ଓ ଡି.ପି ଖଇତାନ୍ ଆଦି ମହାମନୀଷୀମାନଙ୍କର ଅବଦାନ ବିଷୟରେ ସ୍ମୃତି ଚାରଣ କରିଥିଲେ। ସମ୍ବିଧାନ ଦେଶର ସର୍ବଶ୍ରେଷ୍ଠ ଦସ୍ତାବିଜ୍‌ ଏବଂ ଏହାର ପୂର୍ଣ୍ଣ ଅନୁପାଳନ ଆମ ସମସ୍ତଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe