ରାଜ୍ୟରେ ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି

Advertisment

୭୨ ବିଧାୟକଙ୍କ ପ୍ରଶ୍ନ, ମନ୍ତ୍ରୀ ଦେଲେ ଉତ୍ତର

୭୨ ବିଧାୟକଙ୍କ ପ୍ରଶ୍ନ, ମନ୍ତ୍ରୀ ଦେଲେ ଉତ୍ତର

ରାଜ୍ୟରେ ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି

Newsroom Odisha

ଭୁବନେଶ୍ବର: ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ନ କରିବା ଓ ସମସ୍ତଙ୍କ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଗୃହରେ ଦାବି କଲେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କାହାକୁ ଦିଆଯାଉଛି, ଆଉ କେଉଁ ସଂସ୍ଥା କିପରି ଏହି କାର୍ଯ୍ୟ କରୁଛନ୍ତି ସେ ନେଇ ବିଧାୟକମାନେ ପ୍ରଶ୍ନ କରିଛନ୍ତି।

ଏହାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି, ରାଜ୍ୟରେ ୯୦ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି। କୌଣସି ପାନୀୟ ଜଳ ପ୍ରକଳ୍ପ କରିବା ପୂର୍ବରୁ ପ୍ରଥମେ ଆରଡବ୍ଲୁଏସଏସର କର୍ମଚାରୀମାନେ ଯାଇ ସର୍ଭେ କରନ୍ତି ଏବଂ ପରେ କୌଣସି ଏକ କନ୍ସଲ୍ଟାନସିକୁ ଷ୍ଟଡି କରିବାକୁ ଦିଆଯାଇଥାଏ। ଏହାପରେ ଆମେ ଟେଣ୍ଡର କରି କାର୍ଯ୍ୟ ଆରମ୍ଭ କରିଥାଉ। ସବୁ ପ୍ରକଳ୍ପ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ ହେଉଛି। କେଉଁଠି ଟିକିଏ ବିଳମ୍ବ ହେଉଛି, ଯାହାକି ମାତ୍ର ୪ରୁ ପାଞ୍ଚ ମାସ ସମୟ। ଉଭୟ ଶାସକ ଓ ବିରୋଧୀ ଦଳର ୭୨ ଜଣ ସଦସ୍ୟ ଏହି ବିଷୟରେ ଆଲୋଚନା ପାଇଁ ଚାହୁଁଥିବାରୁ ଯେଉଁଠି ଯାହା ସମସ୍ୟା ଅଛି, ତାର ସମାଧାନ କରାଯିବାକୁ ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe