ସରିଲା ଦଧିବାମନଙ୍କ ନନ୍ଦିଘୋଷ ରଥ ନିର୍ମାଣ

Advertisment
ସରିଲା ଦଧିବାମନଙ୍କ ନନ୍ଦିଘୋଷ ରଥ ନିର୍ମାଣ

ଭଟଲି : ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲି ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ପବିତ୍ର ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ ଜୋରସୋରରେ ଆରମ୍ଭ ହୋଇ ରଥ ତିଆରି କାର୍ଯ୍ୟ ଶେଷ ହୋଇଛି। ଏହି ନନ୍ଦିଘୋଷ ରଥ କୁମ୍ଭର ତିନୋଟି ଭାଗରେ ତିନି ରଙ୍ଗ କଳା, ନାଲି ଏବଂ ହଳଦିଆ କପଡ଼ା ଦ୍ବାରା ଆଚ୍ଛାଦିତ କରାଯାଇଥାଏ। ରଙ୍ଗର କୁମ୍ଭକୁ ଧରିଥିବା ୪ଟି କାଠକୁ ନାୟିକା କୁହାଯାଏ। ଯାହାକି ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ କଳାରେ ପରିପୁଷ୍ଟ କପଡ଼ାରେ ପରିବେଷ୍ଟିତ ହୋଇଥାଏ। ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ବାରା ସୂକ୍ଷ୍ମ କଳାରେ ପରିପୂର୍ଣ୍ଣ ପରଭା ଖୁବ ସୁନ୍ଦର ଭାବରେ ରଥର ବାହାରେ ଓ ଭିତରେ ସଜ୍ଜିତ କରାଯାଇଥାଏ।

ଏହି ରଥର ଉଚ୍ଚତା ୪୧ଫୁଟ, ଦୈର୍ଘ୍ୟ ୨୫ ଫୁଟ, ପ୍ରସ୍ଥ ୨୦ଫୁଟ ରହିଥିବାବେଳେ ୪୭୨ଖଣ୍ଡ କାଠ ଲାଗିଥାଏ। ଏଥିରେ ୮ଗୋଟି ଚକ ଲାଗିଥିବାରୁ ଏହାକୁ ଅଷ୍ଟ ଚକ୍ର ରଥ ବୋଲି ମଧ୍ୟ କୁହାଯାଏ। ରଥକୁ ସୌନ୍ଦର୍ଯ୍ୟ କରିବା ପାଇଁ ଚଳିତ ବର୍ଷ କାର୍ଯ୍ୟରତ ବଢ଼େଇମାନେ ନୂତନ ଶୈଳୀରେ ରଥ ନିର୍ମାଣ କରିଛନ୍ତି। ରଥର ଚତୁଃପାର୍ଶ୍ବରେ ଦଶ ଅବତାର ଚିତ୍ର ସହିତ ବିଭିନ୍ନ ରଙ୍ଗର ନେତ ଓ ରଥର ସମ୍ମୁଖ ଭାଗରେ ଦୁଇଟି ଘୋଡ଼ା ଲାଗି ରଥର ଶୋଭା ବର୍ଦ୍ଧନ କରିଥାଏ। ଆସନ୍ତାକାଲି ଶ୍ରୀମନ୍ଦିରରେ ସକାଳ ଧୂପ ଲାଗି ହେବା ପରେ ନେତ୍ରୋତ୍ସବ ପୂଜା ସମାପନ ହୋଇ ମନ୍ଦିର ପୁରୋହିତଙ୍କ ଦ୍ବାରା ନନ୍ଦିଘୋଷ ରଥର ଶୁଦ୍ଧିକରଣ କରାଯିବ। ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ନନ୍ଦିଘୋଷ ରଥ ଓ ମାଉସୀ ମା' ମନ୍ଦିରରେ ନେତ ବନ୍ଧାଯିବ। ସୋମବାର ମହାପ୍ରଭୁଙ୍କ ନବଯୌବନ ବେଶ ଓ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ଏହି ରଥଯାତ୍ରା ଅବସରରେ ନଅ ଦିନ ଧରି ମହାପ୍ରଭୁଙ୍କ ନବଦିନାତ୍ମକ ନବଗୁଞ୍ଜର ଯାତ୍ରାରେ ଦଣ୍ଡନୃତ୍ୟ, ସଂକୀର୍ତ୍ତନ୍ୟ, କୃଷ୍ଣଗୁରୁ, ଲୋକନୃତ୍ୟ, ଭଜନ ସନ୍ଧ୍ୟା, କମେଡି ନାଇଟ, କବି ସମ୍ମିଳନୀ, ସ୍ବଧର୍ମ ଚେତନା ପ୍ରଭୁଦାଶ ଅନନ୍ତ ଚରଣ ମହାରାଜଙ୍କ ଦ୍ବାରା ଆଧ୍ୟାତ୍ମିକ ପ୍ରବଚନ ଶ୍ରୀହରି କଥାମୃତ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe