ସହର ଭଳି ଗାଁରେ ବି ଘର କଲେ ଏବେ ଅନୁମତି ନେବାକୁ ପଡିବ

ଓଡ଼ିଶାରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବ: ଆଇନ୍ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ଆଉ ଗାଁରେ ମନଇଚ୍ଛା ଘର ତିଆରି କରିହେବନି। ଆଗରୁ ସହରରେ ଘର ତିଆରି ଲାଗି ବିଭାଗୀୟ ଅନୁମତି ନେବାକୁ ପଡ଼ୁଥିଲା, ଯେମିତିକି ଭୁବନେଶ୍ବରରେ ବିଡି ଏ ଏବଂ କଟକରେ ସିଡିଏର ଅନୁମୋଦନ ଆବଶ୍ୟକ। ଏବେ ସହର ଭଳି ଗାଁରେ ଘର କଲେ ସେଭଳି ଅନୁମତି ନେବାକୁ ପଡିବ ବୋଲି ଜଣାଯାଇଛି । ସରକାରଙ୍କ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଜଣାଯାଇଛି। ଏଥି ନେଇ ସରକାର ନୂଆ ନୀତି ନିଦ୍ଧାରଣ କରିଥିବା ଜଣାଯାଇଛି।

Image result for construction of house in rural odisha image source-The Hindu

ଏ ସଂପର୍କରେ ସୂଚନା ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏଣିକି ଗାଁରେ ଘର କଲେ ବି ନେବାକୁ ପଡ଼ିବ ସରକାରୀ ଅନୁମତି | ୨ ବା ଅଧିକ ମହଲାର କୋଠାଘର ପାଇଁ ପଞ୍ଚାୟତ ସମିତିର ଅନୁମତି ନେବା ଜରୁରୀ | ଠିକ୍ ଯୋଜନାରେ ଘର ତିଆରି ନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ କହିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe