ଚକାପଥର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ: ସରୁନି ବିଦ୍ୟାଳୟ ଗୃହ ନିର୍ମାଣ, ଗ୍ରାମ କୋଠଘରେ ଚାଲିଛି ପାଠପଢ଼ା

ଚକାପଥର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ: ସରୁନି ବିଦ୍ୟାଳୟ ଗୃହ ନିର୍ମାଣ, ଗ୍ରାମ କୋଠଘରେ ଚାଲିଛି ପାଠପଢ଼ା

ନୂଆଗାଁ : ସରକାର ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିବା ସହିତ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ପାଠପଢି ରୋଜଗାରକ୍ଷମ ହେବା ସଙ୍ଗେ ସଙ୍ଗେ ବେକାରୀ ଦୂରୀକରଣ ହୋଇପାରିବ। ହେଲେ ନୟାଗଡ଼ ଜିଲ୍ଲାରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ନାମ ଲେଖାଇ ପାଠପଢୁଥିଲେ ମଧ୍ୟ ବିଦ୍ୟାଳୟ ପାଇଁ ଶ୍ରେଣୀଗୃହ ନିର୍ମାଣ ହୋଇପାରିନାହିଁ। ଫଳରେ ପିଲାମାନଙ୍କୁ ଗ୍ରାମର ଏକ କୋଠଘରେ ପାଠପଢ଼ା ଯାଉଥିବା ବେଳେ କାର୍ଯ୍ୟରତ ଶିକ୍ଷକ ନିଜ ଇଚ୍ଛା ଅନୁସାରେ ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳିଛି।

publive-image

ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଶିକ୍ଷା ବିଭାଗ ଅଧୀନସ୍ଥ ମାଳିସାହି ପଞ୍ଚାୟତ ଚକାପଥର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ୨୦୦୮ ମସିହାରୁ ସ୍ଥାପିତ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଶ୍ରେଣୀଗୃହ ନିର୍ମାଣ ହୋଇପାରିନାହିଁ। ପୂର୍ବରୁ ବିଦ୍ୟାଳୟର ଗୃହ ନିର୍ମାଣ ପାଇଁ ଆସିଥିବା କିଛି ଅର୍ଥ କାର୍ଯ୍ୟରେ ଲାଗିଥିବା ବେଳେ କିଛି ଅର୍ଥ ଆତ୍ମସାତ ହୋଇଥିବା ଜଣାପଡ଼ିଛି। ଫଳରେ ଏହି ମାମଲା ବିଚାରାଧୀନ ରହିଥିବା ଯୋଗୁ ନା ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ ଆଗେଇ ପାରୁଛି ନା ଏଥିପାଇଁ ନୂତନ ଅନୁଦାନ ଆସିପାରୁଛି। ବିଦ୍ୟାଳୟର ଶ୍ରେଣୀଗୃହ ନଥିବା ହେତୁ ଛାତ୍ରଛାତ୍ରୀମାନଙ୍କୁ ଗ୍ରାମରେ ଥିବା କୋଠଘରେ ପାଠ ପଢ଼ାଯାଉଛି। ତେବେ ଆଦିବାସୀ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବିଦ୍ୟାଳୟର ଗୃହ ନିର୍ମାଣ ନିମନ୍ତେ ବିଭାଗୀୟ ଅଧିକାରୀ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe