ନିମ୍ନମାନର ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ: ଟେଣ୍ଡରଧାରୀ ଓ ଠିକାଦାର କୋର୍ଟ ଚାଲାଣ

ନିମ୍ନମାନର ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ: ଟେଣ୍ଡରଧାରୀ ଓ ଠିକାଦାର କୋର୍ଟ ଚାଲାଣ

ଚିତ୍ରଡ଼ା: ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ୩୫୫ଟି ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଚାଲିଛି। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ବ୍ୟୟ ଅଟକଳ ରହିଛି ୧୫ ଲକ୍ଷ ଟଙ୍କା। ତେବେ ମୋରଡ଼ା ବ୍ଲକ୍‌ ଅଧୀନ ଗଡ଼ିଗାଁ ପଞ୍ଚାୟତ ମହାଲିସାହିରେ ନିର୍ମାଣ ଚାଲିଥିବା ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟରେ ଦୁର୍ନୀତି ହୋଇଥିବା ପଦାକୁ ଆସିଛି। ଜୟନ୍ତ ଦାସ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଟେଣ୍ଡର ପାଇଛନ୍ତି। ତେବେ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାମ ନିମ୍ନମାନର ହୋଇଥିବା ନେଇ ଅଭିଯୋଗ ଆସିଥିଲା। କାମ ବାବଦ ସୂଚନାଫକଳ ଲଗାଯାଇ ନାହିଁ।

କଲମ‌୍‌ରେ ଆବଶ୍ୟକ ମୋଟେଇର ଲୁହା‌ରଡ୍‌ ଲଗାଯାଇ ନାହିଁ। ଲୁହାରଡ୍‌ ସହ ଶାଳ ଓ ବାଉଁଶ କାଠି ଲଗାଯାଇଛି। ସେହିପରି ବ୍ୟବହୃତ ନିର୍ମାଣ ସାମଗ୍ରୀ ଅତ୍ୟନ୍ତ ନିମ୍ନମାନର। ଏନେଇ ଅଭିଯୋଗ ପାଇବା ପରେ ବିଡିଓ ସାଗର ପାଲୋଙ୍କ ନେତୃତ୍ୱରେ ଏକ ଟିମ୍‌ ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲା। ଏହି ସମୟରେ ଦୁର୍ନୀତିର ପ୍ରମାଣ ମିଳିଥିଲା। ଏପରି ସମୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡିଆର୍‌ଡିଏର ଏକ ଟିମ୍‌ ଆସି ସ୍ଥିତି ଅନୁଧ୍ୟାନ କରିଛି। ଅନ୍ୟପଟେ ମୋରଡ଼ା ବିଡିଓ ଶ୍ରୀ ପାଲୋ ଟେଣ୍ଡର ନେଇଥିବା ସମ୍ପୃକ୍ତ ବ୍ୟକ୍ତି ତଥା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରୁଥିବା ଠିକାଦାରଙ୍କ ବିରୋଧରେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ପୁଲିସ ୧୦୭/୨୨ରେ ଏକ  ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ତେବେ ରିପୋର୍ଟ ଲେଖା ହେବା ବେଳକୁ ପୁଲିସ ଟେଣ୍ଡରଧାରୀ ଜୟନ୍ତ ଦାସ ଓ ଠିକାଦାର ଚକ୍ରଧର ପାଲଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe