ଗ୍ରିନ୍‌ ଷ୍ଟାର ପକ୍ଷରୁ ଅସ୍ଥାୟୀ ପୋଲ ନିର୍ମାଣ

Advertisment
ଗ୍ରିନ୍‌ ଷ୍ଟାର ପକ୍ଷରୁ ଅସ୍ଥାୟୀ ପୋଲ ନିର୍ମାଣ

ବ୍ରହ୍ମବରଦା : ଯାଜପୁର ବ୍ଲକ୍‌ ଝାଲପଡ଼ା ପଞ୍ଚାୟତ ବ୍ରହ୍ମବରଦା-କାକୁଡ଼ିକୁଦକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀରେ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଛି। ପଞ୍ଚାୟତର ଗ୍ରିନଷ୍ଟାର କ୍ଲବ୍‌ ପକ୍ଷରୁ ଆଜି ବାଉଁଶ, ବଲ୍ଲା ଓ ବାଲି ବସ୍ତାରେ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲ ବ୍ରହ୍ମବରଦା-କାକୁଡ଼ିକୁଦକୁ ସଂଯୋଗ କରୁଥିବାରୁ ବହୁ ବ୍ୟବସାୟୀଙ୍କ ସମେତ ସାଧାରଣ ଜନତା ଉପକୃତ ହୋଇ ପାରିବେ। ପୂର୍ବରୁ ଲୋକମାନେ ଏହି ସ୍ଥାନରେ ସାଇକଲ, ବାଇକ୍‌ ନେଇ ଅଣ୍ଟାଏ ପାଣିରେ ପଶି ନଦୀ ପାର ହେଉଥିଲେ।

publive-image

ପ୍ରକାଶ ଯେ, ୨୦୧୬ ମସିହାରୁ ଏଠାରେ ଏକ ପୋଲ ନିର୍ମାଣ କରାଯାଉଛି। ଅବଧି ପରେ ୩ବର୍ଷ ବିତି ଯାଇଥିଲେ ମଧ୍ୟ ପୋଲଟି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ୟରେ କ୍ଲବ୍‌ର ସଭାପତି ରାଜେଶ କୁମାର ଜେନାଙ୍କ ସମେତ ଧନେଶ୍ବର ସାମଲ, ଦୀପ୍ତିରଂଜନ ସାମଲ, କାର୍ତ୍ତିକ ସାହୁ, ସଂଜୟ ମହାରଣା, କାଳନ୍ଦି ବାରିକ, ପ୍ରତାପ ସାହୁ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe