ପାରଳାଖେମୁଣ୍ତି ବାଇପାସ୍‌ ନିର୍ମାଣ ଅଧୁରା

ପାରଳାଖେମୁଣ୍ତି ବାଇପାସ୍‌ ନିର୍ମାଣ ଅଧୁରା

ପାରଳାଖେମୁଣ୍ତି : ସହରର ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ବିଗତ ୨୦ ବର୍ଷ ହେଲା ଯୋଜନା କରାଯାଇଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ତାହା ବାସ୍ତବରେ ପରିଣତ ହୋଇ ପାରିଲାନି। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ରାସ୍ତା ନିର୍ମାଣ ଯୋଜନାର ଏକ ଗୁରୁତ୍ବପୂର୍ଣ୍ଣ ନିୟମ ହେଉଛି ସମସ୍ତ ବୃହତ ସହର ଗୁଡିକ ପାଇଁ ବାଇପାସ୍‌ ନିର୍ମାଣ କରାଯିବ। ବାଇପାସ୍‌ ରାସ୍ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯାତାୟାତ କରୁଥିବା ଯାନବାହାନ ଗୁଡ଼ିକ ସହର ମଧ୍ୟରେ ପ୍ରବେଶ କରି ଅଯଥା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ନକରିବା ଏବ˚ ବାରମ୍ବାର ରାସ୍ତା ସମ୍ପ୍ରସାରଣ ଖର୍ଚ୍ଚକୁ ରୋକିବା।

ପାରଳା ସହରର ଜନସ˚ଖ୍ୟା ପ୍ରାୟ ୬୦ ହଜାର ଏବ˚ ୧୬ଟି ଓ୍ୱାର୍ଡ ବିଶିଷ୍ଟ। ଏହି ପୌରପାଳିକା ଅତ୍ୟନ୍ତ ପୁରାତନ। ରାଜ୍ୟର ଦ୍ବିତୀୟ ପୁରାତନ ପୌରପାଳିକା ଭାବେ ପାରଳାଖେମୁଣ୍ତି ପରିଚିତ ଓ ଏହି କାରଣ ଯୋଗୁଁ ମୁଖ୍ୟରାସ୍ତା ଗୁଡିକ ବାରମ୍ବାର ସମ୍ପ୍ରସାରଣ କରିବାକୁ ପଡିଥାଏ। ଉକ୍ତ କାରଣକୁ ଆଖି ଆଗରେ ରଖି ଫରେଷ୍ଟ ଛକ ଠାରୁ ବେତାଗୁଡ଼ା ଦେଇ ନୂଆ ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିବା ପାଇଁ ବାଇପାସ ନିର୍ଦ୍ଧାରଣ କରାଯାଇଛି। ଉକ୍ତ ରାସ୍ତାଟି କାର୍ଯ୍ୟକାରୀ ହେଲେ ସହର ମଧ୍ୟକୁ ବଡ଼ ବଡ଼ ଗାଡି ପ୍ରବେଶର ଆବଶ୍ୟକତା ରହିବ ନାହିଁ ଏବ˚ ଯେଉଁ ଗାଡ଼ି ଗୁଡିକ ପାରଳାଖେମୁଣ୍ତିରେ ପ୍ରବେଶ କରିବାର ଦରକାର ନାହିଁ ସେଗୁଡ଼ିକ ବାଇପାସ୍‌ ଦେଇ ଯାତାୟାତ କରିପାରିବେ। ବାଇପାସ୍‌ ରାସ୍ତା ନିର୍ମାଣ ହେଲେ ସହରର ଟ୍ରାଫିକ୍‌ ସମସ୍ୟା ଏବ˚ ମୁଖ୍ୟରାସ୍ତା ଉପରେ ଗାଡ଼ି ଚଳାଚଳର ଚାପ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇବ। ଏହାସହ ବାଇପାସ୍‌ ରାସ୍ତା କାର୍ଯ୍ୟକାରୀ ହେଲେ ସହରର ସମ୍ପ୍ରସାରଣ ସହଜ ହୋଇପାରିବ। ସହର ମଧ୍ୟରେ ଅନେକ ବଡ଼ ବଡ଼ ଗୋଦାମ ରହିଛି ଓ ବାଇପାସ୍‌ ରାସ୍ତା ନିର୍ମାଣ ହେଲେ ଉକ୍ତ ଗୋଦାମ ଗୁଡ଼ିକ ସହର ବାହାରକୁ ଚାଲିଯିବ। ପୂର୍ବରୁ ବାଇପାସ୍‌ ରାସ୍ତା ପାଇଁ ଯୋଜନା ରହିଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଉ ନଥିବା ସହରର ବାସିନ୍ଦା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe