ପୂର୍ବତଟ ରେଳପଥରେ ନିର୍ମାଣ କାର୍ଯ୍ୟ ସରଳୀକରଣ ହେବ

Advertisment
ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେବ କେବେ?

RailNews Media India Ltd

ଭୁବନେଶ୍ବର : ରେଳ ପୋଲ ନିର୍ମାଣ କାର୍ଯ୍ୟ, କାର୍ଯ୍ୟଖସଡ଼ା ପ୍ରସ୍ତୁତି ଓ ରେଳଧାରଣାର ସିଭିଲ୍ ଇଞ୍ଜିନିୟରିଂ କାର୍ଯ୍ୟର କାର୍ଯ୍ୟକାରିତା ପାଇଁ ପୂର୍ବତଟ ରେଳପଥ ଏକୀକୃତ ମାନଦଣ୍ଡ ଅନୁସୂଚୀ(ୟୁନିଫାଏଡ୍ ଷ୍ଟାଣ୍ଡାର୍ଡ ସିଡ୍ୟୁଲ୍ ଅଫ୍ ରେଟ୍ ତଥା ୟୁଏସ୍‌ଏସ୍‌ଓଆର) ଗ୍ରହଣ କରିବାକୁ ଯାଉଛି। ଏହି ପ୍ରକ୍ରିୟା ସମସ୍ତ ରେଳ ସିଭିଲ୍ ଇଞ୍ଜିନିୟର୍‌ମାନଙ୍କ ପାଇଁ ସହାୟକ ହେବ। ନିର୍ମାଣ, ରକ୍ଷଣାବେକ୍ଷଣ, କାର୍ଯ୍ୟ ଗଠନ, ପୋଲ କାର୍ଯ୍ୟ ପାଇଁ ଉନ୍ନତମାନର ମାନଦଣ୍ଡ ସହ ମିତବ୍ୟୟିତା, ସ୍ଥାୟିତ୍ୱ, ଗୁଣବତ୍ତା, ଉନ୍ନତ ସୌନ୍ଦର୍ଯ୍ୟ ଓ ନିରାପତ୍ତା ଲାଗି ବେଶ୍‌ ଉପଯୋଗୀ ହେବ। ଏଥିସହ ଶ୍ରମ ଓ ସାମଗ୍ରୀର ମୌଳିକ ନିବେଶ ମୂଲ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ପୂର୍ବତଟ ରେଳପଥ ଅଧୀନରେ ପ୍ରଥମ ୟୁଏସ୍‌ଏସ୍‌ଓଆର-୧୯ ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇଛି। ଏହି ପ୍ରକ୍ରିୟା ରେଳ ବିଭାଗର ସିଭିଲ୍ ଇଞ୍ଜିନିୟରଙ୍କ ଦ୍ୱାରା ମଧ୍ୟ ଦାବି କରାଯାଇଥିଲା। ରେଳବାଇ ବୋର୍ଡ ସମସ୍ତ ଜୋନାଲ ରେଳବାଇ, ରେଳବାଇ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ(ପିଏସୟୁ) ଓ ଉତ୍ପାଦନ ୟୁନିଟ୍‌ର ନିର୍ମାଣ କାର୍ଯ୍ୟଗୁଡ଼ିକର କାର୍ଯ୍ୟକାରିତା ପାଇଁ ଉପରୋକ୍ତ ୟୁନିଫାଏଡ୍ ଷ୍ଟାଣ୍ଡାର୍ଡ ସୂଚୀ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଆଜି ରେଳ ସଦନଠାରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଓ ଅନ୍ୟାନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୟୁଏସ୍‌ଏସ୍‌ଓଆର ୨୦୧୯କୁ ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe