ରଥ କାମ ଅନୁକୂଳ ଆଜି, ଚନ୍ଦନଯାତ୍ରାରେ ବାହାରିବେ ମହାପ୍ରଭୁ

Advertisment
ରଥ କାମ ଅନୁକୂଳ ଆଜି, ଚନ୍ଦନଯାତ୍ରାରେ ବାହାରିବେ ମହାପ୍ରଭୁ

rathayatra.in

ପୁରୀ : ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା। ରଥ ନିର୍ମାଣର ଆଦ୍ୟପର୍ବ। ଏହି ଦିନ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ରଥଖଳାରେ ତିନି ଧଉରା କାଠକୁ ପୂଜା କରାଯିବା ପରେ ଦେଉଳ ପୁରୋହିତ ଓ ଅନ୍ୟମାନେ ସୁନା କୁରାଢ଼ିରେ ରଥକାଠକୁ ଚୋଟ ମାରି ନିର୍ମାଣ କାର୍ଯ୍ୟ ଅନୁକୂଳ କରିବେ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାରେ ଛାମୁଣ୍ଡିଆ ବନ୍ଧାଯାଇଛି। କିନ୍ତୁ ବାତ୍ୟାରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହା ନିରାଡମ୍ବର ଭାବେ ପାଳନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ବି ଆରମ୍ଭ ହେଉଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଏ ନେଇ ବର୍ଷତମାମ୍ ନରେନ୍ଦ୍ରରେ ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସୁସଜ୍ଜିତ କରାଯାଇଛି। ୨୧ ଦିନ ଧରି ନରେନ୍ଦ୍ରରେ ମହାପ୍ରଭୁ ବାହାର ଚାପ ଖେଳିବା ପରେ ପୁଣି ୨୧ ଦିନ ଶ୍ରୀମନ୍ଦିରରେ ଭିତର ଚାପ ଖେଳ ହେବ। ସୂଚନାଯୋଗ୍ୟ, ଏ ଭିତରେ ତିନି ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ ରଥଖଳାରେ ପହଞ୍ଚି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe