ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିବାଦ: ମାମଲାରୁ ଶୀଘ୍ର ଶୁଣାଣି ପାଇଁ ହାଇକୋର୍ଟଙ୍କୁ ନିବେଦନ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଯେଉଁଭଳି ନିର୍ମାଣ ଓ ଖନନ ଚାଲିଛି, ତାହା ବେଆଇନ୍‌ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ ଏହି ଜନସ୍ବାର୍ଥ ମାମଲାର ଆବେଦନକାରୀ ସାମାଜିକ କର୍ମୀ ଦିଲୀପ ବରାଳ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ନିର୍ମାଣ କାର୍ଯ୍ୟ ସାରିଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଉପରେ ସ୍ଥଗିତାଦେଶ ଜାରି କରିବାକୁ ‌ଶ୍ରୀ ବରାଳ ଆବେଦନରେ ଉଲ୍ଲେଖ କରିଛନ୍ତି।

ସେ ଆବେଦନରେ ‌ଉଲ୍ଲେଖ କରିଛନ୍ତି ଯେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଯେଉଁ ନିର୍ମାଣ ଓ ଖନନ ଚାଲିଛି, ତାହା ଆମ୍‌ସାର ଆଇନ-୧୯୫୮ର ଖୋଲା ଉଲ୍ଲଂଘନ କରୁଛି। ଏହି ମାମଲାର ଶୁଣାଣି ବେଳେ ପ୍ରତ୍ନତତ୍ତ୍ବ ବିଭାଗକୁ ସତ୍ୟପାଠ ଜରିଆରେ ଦୁଇ ସପ୍ତାହ ମଧ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସ୍ଥିତାବସ୍ଥା ଜଣାଇବାକୁ କୁହାଯାଇଛି। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଛି। କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଯେଉଁଭଳି ଦିନରାତି ତରବରିଆ କାମ ଚାଲିଛି, ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଛି। ଆଗାମୀ ଶୁଣାଣି ପୂର୍ବରୁ ଏହି ବେଆଇନ୍‌ କାମ ଶେଷ ହୋଇଯିବାର ବି ସମ୍ଭାବନା ଦେଖାଦେଇଛି। ଏଣୁ ଶ୍ରୀ ବରାଳ ମାମଲାର ଜରୁରୀକୁ ଦେଖି ଏହି ବେଆଇନ୍‌ ନିର୍ମାଣ ଉପରେ ରହିତାଦେଶ ଜାରି କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe