ନିର୍ମାଣ ଶ୍ରମିକ ସମନ୍ୱୟ କମିଟି ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

Advertisment

ନିର୍ମାଣ ଶ୍ରମିକ ଏଯାବତ ପାଇନାହାନ୍ତି କରୋନା ସହାୟତା

ନିର୍ମାଣ ଶ୍ରମିକ ଏଯାବତ ପାଇନାହାନ୍ତି କରୋନା ସହାୟତା

ନିର୍ମାଣ ଶ୍ରମିକ ସମନ୍ୱୟ କମିଟି ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବାରିପଦା: ମୟୂରଭଞ୍ଜ ନିର୍ମାଣ ଶ୍ରମିକ ସମନ୍ୱୟ କମିଟିର ଆହ୍ୱାନକ୍ରମେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ନାରୀନେତ୍ରୀ ସିଂହଲତା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ନନ୍ଦ କୁମାର ମହାପାତ୍ର, ସାଧାରଣ ସଂପାଦକ କାହ୍ନୁଚରଣ ବେହେରା ପ୍ରମୁଖ ଯୋଗଦେଇ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସମ୍ପର୍କରେ ଆଲୋକପାତ କରିଥିଲେ ।

publive-image

ଏହି ଅବସରରେ ୯ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଶ୍ରମ ଆୟୁକ୍ତଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ନୂତନ ପଞ୍ଜିକରଣ, ବାର୍ଷିକ ଦେୟ ପଇଠ ଏବଂ ଅନଲାଇନ୍‌ରେ ସହାୟତା ରାଶି ଆବେଦନ ପ୍ରସ୍ତାବକୁ ବିରୋଧ କରାଯାଇଥିଲା। ଜିଲ୍ଲାରେ ନିର୍ମାଣ ଶ୍ରମିକମାନେ ଏଯାବତ କରେନା ସହାୟତା ରାଶି ପାଇନଥିବା ଅଭିଯୋଗ ହୋଇଛି। ଏହାକୁ ତୁରନ୍ତ ପ୍ରଦାନ କରିବାକୁ ଦାବି ହୋଇଛି। ସେହିପରି ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦୂରାରୋଗ୍ୟ ଚିକିତ୍ସା ସହାୟତା ସଠିକ ଭାବେ ପ୍ରଦାନ ସହିତ ବିଭିନ୍ନ ଦାବି ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କଲ୍ୟାଣ ବୋର୍ଡର ଆବଶ୍ୟକ ଭିତ୍ତିଭୂମି ଗଠନ କରାଯିବା ନେଇ ମଧ୍ୟ ଦାବି ହୋଇଛି। ଏହି ଅବସରରେ ଭୁବନ ସାହୁ, ବଂଶୀଧର କର, ଜୟନ୍ତୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe